ଶୋଇବାବେଳେ ଭୁଲରେ ମଧ୍ୟ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତୁ ନାହିଁ

@Archivist
0



 ଯଦି ଆପଣ ଚଷମା ବଦଳରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ। ବିଶେଷ କରି ଶୋଇବାବେଳେ ଆପଣ ଭୁଲରେ ମଧ୍ୟ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତୁ ନାହିଁ।  ନହେଲେ ଆପଣ ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି।

ଖାଲି ସେତିକି ନୁହେଁ,  ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆପଣ କଣ୍ଟାକ୍ଟ ଲେନ୍ସ ଲଗାଇ ଶୁଅନ୍ତି, ତେବେ ଆପଣ ସଂପୂର୍ଣ୍ଣ ରୂପେ ଦୃଷ୍ଟିହୀନ ବି ହେବାର ଆଶଙ୍କା ରହିଛି। ଆମେରିକାର ୟୁନିଭର୍ସିଟି ଅଫ୍ ମେକସିକୋର ସରକାରୀ ପ୍ରଫେସର ଜନ୍ ଫେମଲିଙ୍ଗ କହିଛନ୍ତି କି ଶୋଇବା ବେଳେ କଣ୍ଟାକ୍ଟ ଲେନ୍ସ ପିନ୍ଧିଥିଲେ, କେବଳ ଚକ୍ଷୁ ସଂକ୍ରମଣ ନୁହେଁ ,ବରଂ କୌଣସି ପ୍ରକାରର ସ୍ଥାୟୀ ରୋଗର ଶିକାର ବି ହୋଇପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ସପ୍ତାହରେ ୩/୪ ଦିନ ଲଗାତାର କଣ୍ଟାକ୍ଟ ଲେନ୍ସ ପିନ୍ଧି ଶୋଇଲେ ପ୍ରତ୍ୟାରୋପଣ ବି କରାଯିବାର ଆବଶ୍ୟକତା ପଡ଼ିପାରେ। ଏଣୁ ଶୋଇବା ପୂର୍ବରୁ କଣ୍ଟାକ୍ଟ ଲେନ୍ସ ନପିନ୍ଧିବା ଭଲ ।

Tags

Post a Comment

0Comments

Post a Comment (0)