ଖାଲି ପେଟରେ ଖାଆନ୍ତୁ ନାହିଁ କଦଳୀ

@Archivist
0


 କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ବହୁ ପୋଷକ ତତ୍ତ୍ୱ ରହିଛି। ତେଣୁ ଏହା ଆମକୁ ସୁସ୍ଥ ରଖେ। ମାତ୍ର କଦଳୀ ଖାଇବାର ସଠିକ ସମୟ ରହିଛି। ଏହାକୁ ଖାଲି ପେଟରେ ଖାଇବା ଆଦୌ ଉଚିତ ନୁହେଁ। ନଚେତ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ 

କଦଳୀରେ ପୋଟାସିୟମ, ଫାଇବର ଏବଂ ମାଗ୍ନେସିୟମ ପ୍ରଚୁର ପରିମାଣରେ ରହିଛି। ମାତ୍ର ଏଥିରେ ଏସିଡିକ (ଅମ୍ଳଯୁକ୍ତ) ରହିଛି। ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଖାଲି ପେଟରେ କଦଳୀ ଖାଇବା ଉଚିତ ନୁହେଁ।

କଦଳୀରେ ପୋଟାସିୟମ ଏବଂ ମାଗ୍ନେସିୟମ ଅଧିକ ମାତ୍ରାରେ ଥିବାରୁ , ଏହାକୁ ଖାଲିପେଟରେ ଖାଇବା ଦ୍ୱାରା ରକ୍ତରେ ଉଭୟ ପୋଷକ ତତ୍ତ୍ୱ ଅଧିକ ହୋଇଥାଏ। ଯାହା ହୃଦୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

କଦଳୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଶକ୍ତି ମିଳିଥାଏ। ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ହାଲିଆ ଅନୁଭବ କରିବେ। ମାତ୍ର ଖାଦ୍ୟ ଖାଇବା ପରେ ଏହାର ସେବନ କରିବା ଦ୍ୱାରା ଦିନଯାକ ଥକ୍କାପଣ ଅନୁଭବ ହୋଇନଥାଏ।

ଅଧିକାଂଶ ଲୋକେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାଆନ୍ତି। ମାତ୍ର ରାତିରେ ଖାଇବା ଦ୍ୱାରା ଆପଣ ଅସୁସ୍ଥ ହେବା ସହ କାଶ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।


Tags

Post a Comment

0Comments

Post a Comment (0)