ସାବଧାନ! ଯଦି ଆପଣ ଚା’ସହ ସେବନ କରୁଛନ୍ତି ପ୍ରୋଟିନ ଯୁକ୍ତ ଖାଦ୍ୟ

@Archivist
0





ଚା’ ପିଇବା ବହୁ ଲୋକଙ୍କ ନିତିଦିନିଆ ଅଭ୍ୟାସ। ମାତ୍ର ବହୁ ଲୋକେ ଚା’ ପିଇବା ସମୟରେ ଏପରି କିଛି ଖାଦ୍ୟ ଖାଇଥାଆନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଏହା ସଭିଏଁ ହୁଏତ ଜାଣି ନଥିବେ ଚା’ ସହ କେଉଁ ଖାଦ୍ୟଦ୍ରବ୍ୟ ଖାଇବା ଉଚିତ ଓ ଅନୁଚିତ, ଏହି କାରଣରୁ ବହୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଜାଣନ୍ତୁ ଚା’ ସହ କେଉଁ ଖାଦ୍ୟପଦାର୍ଥ ଖାଇବା ଉଚିତ ନୁହେଁ।

ଚା’ ଓ ସବୁଜ ପନିପରିବା –


ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ଖୁବ ଉପକାରୀ ଅଟେ । ଏହା ଶରୀରକୁ ଆବଶ୍ୟକ ପରିମାଣରେ ପୋଷଣ ଯୋଗାଇଥାଏ। ମାତ୍ର ଚା’ ପିଇବାର କିଛି ସମୟ ପରେ ପନିପରିବା ଯୁକ୍ତ ଖାଦ୍ୟ ଖାଇବା ଆଦୌ ଉଚିତ ନୁହେଁ। ଏହା ପନିପରିବାର ପୋଷକ ତତ୍ତ୍ୱକୁ ନଷ୍ଟ କରିଥାଏ। ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇନଥାଏ।





ଚା’ ସହ ପ୍ରୋଟିନ ଯୁକ୍ତ ଖାଦ୍ୟ –

 ଅଣ୍ଡାରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି। ଚା’ ରେ ଥିବା ଟେନିନ ପ୍ରୋଟିନକୁ ଶୋଷଣ କରିଥାଏ। ଯାହା ଫଳରେ ଚା’ ପିଇବାର କିଛି ସମୟ ପରେ ଅଣ୍ଡା ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।




ଚା’ ଏବଂ ଆଇରନ ଯୁକ୍ତ ଖାଦ୍ୟ –


ଚା’ ରେ ଟେନିନ ରହିଥାଏ। ଯାହା ଆଇରନକୁ ଶୋଷଣ କରିଥାଏ। ଏହା ଦ୍ୱାରା ଶରୀରରେ ଆଇରନର ମାତ୍ରା କମ ହୋଇଥାଏ। ଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ତେଣୁ ଚା’ ସହ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ।
Tags

Post a Comment

0Comments

Post a Comment (0)