Music

ବୌଦ୍ଧ ଧର୍ମ | BOUDDHA DHARMA ODIA

Buddhism In Odia

ବୌଦ୍ଧଧର୍ମ ଭାରତର ଶ୍ରମଣ ପରମ୍ପରା ଅନ୍ତର୍ଗତ ମହାନ୍ ଧର୍ମ ଏବଂ ଦର୍ଶନ ଅଟେ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଗୌତମ ବୁଦ୍ଧଙ୍କ ଦ୍ୱାରା ବୌଦ୍ଧ ଧର୍ମର ସ୍ଥାପନା କରାଯାଇଥିଲା। ବୁଦ୍ଧଙ୍କ ଜନ୍ମ ୫୬୩ ଖ୍ରୀଷ୍ଟପୂର୍ବରେ ନେପାଳର ଲୁମ୍ବିନୀରେ ହୋଇଥିଲା ଏବଂ ମହାପରିନିର୍ବାଣ ୪୮୩ ଖ୍ରୀଷ୍ଟପୂର୍ବ, ଭାରତର କୁଶୀନଗରରେ ହୋଇଥିଲା। ତାଙ୍କ ମହାପରିନିର୍ବାଣର ପରବର୍ତ୍ତୀ ପାଞ୍ଚ ଶତାବ୍ଦୀରେ, ବୌଦ୍ଧ ଧର୍ମ ସମ୍ପୂର୍ଣ୍ଣ ଭାରତୀୟ ଉପମହାଦ୍ୱୀପରେ ପ୍ରସାରିତ ହୋଇଥିଲା ଏବଂ ପରବର୍ତ୍ତୀ ଦୁଇହଜାର ବର୍ଷରେ ମଧ୍ୟ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଜମ୍ବୁ ମହାଦ୍ୱୀପରେ ପ୍ରସାରିତ ହୋଇଗଲା।

ବୌଦ୍ଧଧର୍ମର ପ୍ରମୁଖ ସମ୍ପ୍ରଦାୟ ଗୁଡିକ ହେଉଛି- ହୀନଯାନ, ଥେରବାଦ, ମହାଯାନ, ବଜ୍ରଯାନ ଏବଂ ନବଯାନ। ସମସ୍ତ ବୌଦ୍ଧ ସମ୍ପ୍ରଦାୟ ବୁଦ୍ଧଙ୍କ ସିଦ୍ଧାନ୍ତକୁ ଗ୍ରହଣ କରନ୍ତି। ବୌଦ୍ଧଧର୍ମ ବିଶ୍ୱର ପଞ୍ଚମ ବଡ ଧର୍ମ ଅଟେ, ବିଶ୍ୱର ହାରାହାରି (୬.୬୨%) ଲୋକ ବୌଦ୍ଧଧର୍ମର ଅନୁସରଣକାରୀ ଅଟନ୍ତି । ଆମେରିକା ର ଏକ ରିସର୍ଚ୍ଚ ଅନୁସାରେ, ବିଶ୍ୱରେ ହାରାହାରି ୫୪ କୋଟି ଲୋକ ବୌଦ୍ଧଧର୍ମର ଅନୁସରଣକାରୀ ଅଟନ୍ତି, ଯାହା ବିଶ୍ୱ ଜନସଂଖ୍ଯାର ୭% ଅଟେ । ରିସର୍ଚ୍ଚରେ ଚୀନ, ଜାପାନ ତଥା ଭିଏତନାମ ଦେଶର ବୌଦ୍ଧମାନଙ୍କର ସଂଖ୍ଯା ବହୁତ କମ୍ ବୋଲି କୁହାଯାଇଛି, ହେଲେ ଏହି ତିନିଗୋଟି ଦେଶ ସର୍ବାଧିକ ବୌଦ୍ଧ ଧର୍ମାବଲମ୍ବୀଯୁକ୍ତ ପ୍ରମୁଖ ଦେଶ ଅଟନ୍ତି। ସମଗ୍ର ବିଶ୍ୱର ୧୫୦ରୁ ଅଧିକ ଦେଶରେ ବୌଦ୍ଧ ଅନୁସରଣକାରୀମାନେ ଅଛନ୍ତି ।

କିନ୍ତୁ ଚୀନ୍, ଜାପାନ୍, ଭିଏତନାମ, ଥାଇଲାଣ୍ଡ, ମିଆଁମାର, ଭୂଟାନ୍, ଶ୍ରୀଲଙ୍କା, କମ୍ବୋଡିଆ, ମଙ୍ଗୋଲିଆ, ଲାଓସ, ସିଙ୍ଗାପୁର, ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ସମେତ ୧୩ଟି ଦେଶରେ ବୌଦ୍ଧ ଧର୍ମ ‘ପ୍ରମୁଖ ଧର୍ମ’ ଅଟେ । ଭାରତ, ନେପାଳ, ଆମେରିକା, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ରୁଷ୍, ବ୍ରୁନେଈ, ମାଲେସିଆ ଆଦି ଦେଶମାନଙ୍କରେ ମଧ୍ୟ ଲକ୍ଷ ଲକ୍ଷ ବୌଦ୍ଧ ଅନୁସରଣକାରୀ ଅଛନ୍ତି ।

ଅନୁକ୍ରମ

ବୁଦ୍ଧଙ୍କର ବାସ୍ତବିକ ନାମ ଥିଲା ସିଦ୍ଧାର୍ଥ । ତାଙ୍କର ଜନ୍ମ କପିଳାବସ୍ତୁ (ଶାକ୍ୟ ମହାଜନପଦର ରାଜଧାନୀ) ନିକଟରେ ଲୁମ୍ବିନୀ (ବର୍ତ୍ତମାନର ଦକ୍ଷିଣ ମଧ୍ୟ ନେପାଳ)ରେ ହୋଇଥିଲା। ଏହି ସ୍ଥାନରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକ ବୁଦ୍ଧଙ୍କ ସ୍ମୃତିରେ ଏକ ସ୍ତମ୍ଭ ଉପସ୍ଥାପନ କରିଥିଲେ ।

ସିଦ୍ଧାର୍ଥଙ୍କ ପିତା ଶାକ୍ୟ ରାଜା ଶୁଦ୍ଧୋଦନ ଥିଲେ । ପରମ୍ପରାଗତ କଥାନୁସାରେ, ସିଦ୍ଧାର୍ଥଙ୍କ ମାତା ମହାମାୟା ତାଙ୍କ ଜନ୍ମର କିଛିଦିନ ପରେ ମୃତ୍ୟୁବରଣ କରିଥିଲେ । କୁହାଯାଏ କି, ତାଙ୍କ ନାମ ରଖିବା ପାଇଁ ୮ଜଣ ଋଷିଙ୍କୁ ଆମନ୍ତ୍ରିତ କରାଯାଇଥିଲା, ସମସ୍ତେ ୨ଗୋଟି ସମ୍ଭାବନା ସମ୍ପର୍କରେ କହିଥିଲେ- () ସେ ଜଣେ ମହାନ୍ ରାଜା ହେବେ () ସେ ଜଣେ ସାଧୁ ଅଥବା ପରିବ୍ରାଜକ ହେବେ। ଉକ୍ତ ଭବିଷ୍ୟବାଣୀକୁ ଶୁଣି ରାଜା ଶୁଦ୍ଧୋଦନ ସିଦ୍ଧାର୍ଥଙ୍କୁ ସାଧୁ ନ କରିବା ପାଇଁ ପ୍ରାଣପଣେ ପ୍ରୟାସ କରିଥିଲେ। ଶାକ୍ୟମାନଙ୍କର ଏକ ସଂଘ ଥିଲା। ୨୦ବର୍ଷ ବୟସ ହେବାପରେ ଶାକ୍ୟ ତରୁଣଙ୍କୁ ଶାକ୍ୟସଂଘରେ ଦୀକ୍ଷିତ ହୋଇ ସଂଘର ସଦସ୍ଯ ହେବାକୁ ପଡୁଥିଲା। ସିଦ୍ଧାର୍ଥ ଗୌତମ ଯେତେବେଳେ ୨୦ବର୍ଷ ବୟସରେ ଉପନୀତ ହେଲେ, ସେତେବେଳେ ସେ ମଧ୍ୟ ଶାକ୍ୟ ସଂଘର ସଦସ୍ଯତା ଗ୍ରହଣ କଲେ ଏବଂ ଶାକ୍ୟ ସଂଘର ନିୟମାନୁସାରେ ସିଦ୍ଧାର୍ଥଙ୍କୁ ଶାକ୍ୟସଂଘର ସଦସ୍ଯ ହେବାର ୮ବର୍ଷ ଅତିବାହିତ ହୋଇସାରିଥିଲା। ସେ ସଂଘର ଅତ୍ୟନ୍ତ ସମର୍ପିତ ଏବଂ ନୀତିନିଷ୍ଠ ସଦସ୍ଯ ଥିଲେ। ସଂଘ ବିଷୟରେ ସେ ଅତ୍ୟନ୍ତ ରୁଚି ସମ୍ପନ୍ନ ଥିଲେ। ସଂଘର ସଦସ୍ଯ ଭାବରେ ତାଙ୍କର ଆଚରଣ ଏକ ଉଦାହରଣ ଥିଲା ଏବଂ ସେ ନିଜକୁ ସମସ୍ତଙ୍କର ପ୍ରିୟ କରିନେଇଥିଲେ । ସଂଘ ସଦସ୍ଯ ହେବାର ୮ବର୍ଷ ପରେ ଏପରି ଏକ ଘଟଣା ଘଟିଥିଲା, ଯାହା ଶୁଦ୍ଧୋଦନଙ୍କ ପରିବାର ପାଇଁ ଦୁଃଖଦ ଘଟଣା ଥିଲା। ତାହା ସିଦ୍ଧାର୍ଥଙ୍କ ଜୀବନରେ ସଂକଟପୂର୍ଣ୍ଣ ସ୍ଥିତି ଉତ୍ପନ୍ନ କରିଥିଲା। ଶାକ୍ୟମାନଙ୍କ ରାଜ୍ଯର ସୀମାକୁ ଲାଗି କୋଲିଓଙ୍କର ରାଜ୍ଯ ଥିଲାଏବଂ ରୋହିଣୀ ନଦୀ ଉଭୟ ରାଜ୍ଯର ବିଭାଜକ ରେଖା ଥିଲା। ଶାକ୍ୟ ଓ କୋଲିଓ ଉଭୟ ରୋହିଣୀ ନଦୀର ଜଳକୁ ବ୍ୟବହାର କରି କ୍ଷେତରେ ସିଞ୍ଚନ କରୁଥିଲେ। ପ୍ରତ୍ଯେକ ଫସଲକୁ ନେଇ ସେମାନଙ୍କ ମଧ୍ୟରେ ପରସ୍ପର ବିବାଦ ଉପୁଜୁଥିଲା କି, କିଏ ରୋହିଣୀ ନଦୀର ଜଳକୁ ପ୍ରଥମେ ଉପଯୋଗ କରିବ ଏବଂ କେତେମାତ୍ରାରେ ଉପଯୋଗ କରିବ। ଏହି ବିବାଦ ବେଳେବେଳେ ଝଗଡା ଏବଂ ମରାମରି ଯାଏଁ ବଢ଼ିଯାଉଥିଲା। ସିଦ୍ଧାର୍ଥ ୨୮ବର୍ଷର ଥିଲେ, ରୋହିଣୀର ଜଳକୁ ନେଇ ଶାକ୍ୟ ଏବଂ କୋଲିଓଙ୍କ ଚାକରଙ୍କ ମଧ୍ୟରେ ଝଗଡା ହେଲା ଯେଉଁଥିରେ ଉଭୟ ପକ୍ଷର ଲୋକମାନେ କ୍ଷତାକ୍ତ ହେଲେ। ଝଗଡା ସମ୍ବନ୍ଧରେ ଜଣାଯିବାରୁ ଶାକ୍ୟ ଏବଂ କୋଲିଓମାନେ ବିଚାର କଲେ ଯେ, ଏହି ବିବାଦକୁ ଯୁଦ୍ଧ ମାଧ୍ୟମରେ ସବୁଦିନ ପାଇଁ ବନ୍ଦ କରିଦିଆଗଲେ ଭଲ ହୁଅନ୍ତା। ଶାକ୍ୟମାନଙ୍କ ସେନାପତି କୋଲିଓଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା କଥାକୁ ନେଇ ଶାକ୍ୟ ସଂଘର ଏକ ଅଧିବେଶନ ଡକାଗଲା ଏବଂ ସଂଘ ସମ୍ମୁଖରେ ଯୁଦ୍ଧ ପ୍ରସ୍ତାବ ରଖାଗଲା। ସିଦ୍ଧାର୍ଥ ଗୌତମ ଏହି ପ୍ରସ୍ତାବର ବିରୋଧ କରି କହିଲେ, ଯୁଦ୍ଧ କୌଣସି ପ୍ରଶ୍ନର ସମାଧାନ ନୁହେଁ, ଯୁଦ୍ଧ ମାଧ୍ୟମରେ କୌଣସି ଉଦ୍ଦେଶ୍ୟର ପୂର୍ତ୍ତି ହୋଇ ନଥାଏ, ଏହାଦ୍ୱାରା ପରସ୍ପର ଯୁଦ୍ଧର ବୀଜାରୋପଣ ହେବ। ସିଦ୍ଧାର୍ଥ ତାଙ୍କ ପ୍ରସ୍ତାବରେ କହିଲେ, ଆମେମାନେ ଆମମାନଙ୍କ ଭିତରୁ ୨ଜଣଙ୍କୁ ବାଛିବା ଏବଂ କୋଲିଓଙ୍କ ଭିତରୁ ୨ଜଣଙ୍କୁ ବାଛିବାପାଇଁ କହିବା। ତତ୍ପଶ୍ଚାତ୍ ଏହି ୪ଜଣ ମିଶି ୫ମ ଲୋକକୁ ବାଛିବେ। ଏହି ପାଞ୍ଚଜଣ ମିଶି ଝଗଡାର ସମାଧାନ କରିବେ। ସିଦ୍ଧାର୍ଥଙ୍କ ପ୍ରସ୍ତାବ ଅମାନ୍ଯ ହୋଇଗଲା ଆଉ ଶାକ୍ୟ ସେନାପତିଙ୍କ ଯୁଦ୍ଧ ପ୍ରସ୍ତାବ ବହୁମତରେ ଗୃହୀତ ହେଲା। ଶାକ୍ୟ ସଂଘ ଏବଂ ଶାକ୍ୟ ସେନାପତିଙ୍କ ଦ୍ୱାରା ବିବାଦର ସମାଧାନ ନ ହେବାରୁ ସିଦ୍ଧାର୍ଥଙ୍କ ସମୀପରେ ତିନିଗୋଟି ବିକଳ୍ପ ଦେଖାଦେଲା। ତିନିଗୋଟି ବିକଳ୍ପ ମଧ୍ୟରୁ ତାଙ୍କୁ ଗୋଟିଏ ବିକଳ୍ପକୁ ବାଛିବାର ଥିଲା, ସେଗୁଡିକ ହେଉଛି

ସେନାରେ ଭର୍ତ୍ତି ହୋଇ ଯୁଦ୍ଧରେ ଭାଗ ନେବା,
ନିଜ ପରିବାରର ଲୋକମାନଙ୍କ ସାମାଜିକ ବହିଷ୍କାର ଏବଂ ତାଙ୍କ ଜମିର ଜବରଦଖଲ ପାଇଁ ରାଜି ହେବା,
ଫାଶୀରେ ଲଟକିବା ଅଥବା ଦେଶରୁ ବହିଷ୍କୃତ ହେବା।

ସେ ଏହି ତିନୋଟି ମଧ୍ୟରୁ ତୃତୀୟ ବିକଳ୍ପଟିକୁ ଚୟନ କରିଥିଲେ ଏବଂ ପରିବ୍ରାଜକ ହୋଇ ଦେଶ ଛାଡିବା ନିମନ୍ତେ ରାଜି ହୋଇଗଲେ। ପରିବ୍ରାଜକ ହୋଇ ସର୍ବପ୍ରଥମେ ସିଦ୍ଧାର୍ଥ ପାଞ୍ଚଗୋଟି ବ୍ରାହ୍ମଣଙ୍କ ସହ ନିଜ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଦେଲେ। ସେ ଉଚିତ ଧ୍ୟାନ ହାସିଲ୍ କରିପାରିଲେ, ହେଲେ ତାଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ମିଳିଲା ନାହିଁ। ତା ପରେ ସେ ତପସ୍ୟା କରିବାକୁ ପ୍ରୟାସ କଲେ। ସେ ଏହି କାର୍ଯ୍ୟରେ ନିଜ ଗୁରୁଙ୍କଠାରୁ ମଧ୍ୟ ଅଧିକ ନିପୁଣ ହୋଇପାରିଥିଲେ ହେଲେ ତାଙ୍କୁ ତଥାପି ତାଙ୍କ ପ୍ରଶ୍ନର ଉତ୍ତର ମିଳି ନଥିଲା। ତତ୍ପଶ୍ଚାତ୍ ସେ ତାଙ୍କର କେତେଜଣ ସାଥିଙ୍କୁ ଏକତ୍ରିତ କଲେ ଏବଂ ଅଧିକ କଠୋର ତପସ୍ୟା କରିବାପାଇଁ ବାହାରିପଡିଲେ। ଏପରି କରି କରି ଛଅ ବର୍ଷ ପରେ, ନିଜ ପ୍ରଶ୍ନର ଉତ୍ତର ନ ପାଇ, କ୍ଷୁଧା କାରଣରୁ ମୃତ୍ୟୁ ଆଡକୁ ଅଗ୍ରସର ହେଲେ, ଏପରି ସ୍ଥିତିରେ ସେ ଭିନ୍ନ କିଛି କରିବାପାଇଁ ଚିନ୍ତା କଲେ। ଏହି ସମୟରେ ତାଙ୍କୁ ତାଙ୍କ ପିଲାଦିନର ଏକ ସମୟ ମନେପଡିଲା, ଯେତେବେଳେ ତାଙ୍କ ପିତା କ୍ଷେତ ପ୍ରସ୍ତୁତ କରିବା ଆରମ୍ଭ କରୁଥିଲେ। ସେତେବେଳେ ସେ ଏପରି ଏକ ଆନନ୍ଦ ମୁହୂର୍ତ୍ତର ଧ୍ୟାନରେ ନିମଗ୍ନ ଥିଲେ ଯେ, ତାଙ୍କୁ ଲାଗୁଥିଲା ସମୟ ଯେପରି ସ୍ଥିର ହୋଇଯାଇଛି।

କଠୋର ତପସ୍ୟାକୁ ଛାଡି ସେ ଅଷ୍ଟାଙ୍ଗମାର୍ଗର ଅନୁସନ୍ଧାନ କଲେ, ଯାହାକୁ ମଧ୍ୟବର୍ତ୍ତୀ ମାର୍ଗ ବୋଲି ମଧ୍ୟ କୁହାଯାଏ, କାରଣ ଏହି ମାର୍ଗ ଉଭୟ ତପସ୍ୟା ଏବଂ ଅସଂଯମର ପରାକାଷ୍ଠା ମଧ୍ୟରେ ସ୍ଥିତ ଅଟେ। ନିଜ ଶରୀରକୁ ଶକ୍ତିଶାଳୀ କରିବାପାଇଁ ସେ ଏକ ଛେଳି ଚରାଉଥିବା ବ୍ୟକ୍ତିଠାରୁ କିଛି ଦୁଗ୍ଧ ସଂଗ୍ରହ କଲେ। ସେ ଏକ ବଟବୃକ୍ଷର ପାଦଦେଶରେ ବସି ପ୍ରତିଜ୍ଞା କଲେ କି, ସେ ସତ୍ୟର ଅନୁସନ୍ଧାନ ନ କରିବାଯାଏଁ ସେଠାରୁ ଉଠିବେ ନାହିଁ। ୩୫ବର୍ଷ ବୟସରେ, ସେ ବୋଧିତ୍ୱ ଲାଭକରି ବୁଦ୍ଧ ହୋଇଗଲେ। ତାଙ୍କର ପ୍ରଥମ ଧର୍ମୋପଦେଶ ବାରାଣସୀ ନିକଟସ୍ଥ ସାରନାଥରେ ହୋଇଥିଲା।

ନିଜର ଅବଶିଷ୍ଟ ୪୫ବର୍ଷ ନିମନ୍ତେ, ଗୌତମ ବୁଦ୍ଧ ଗଙ୍ଗା ନଦୀର ଆଖପାଖରେ ନିଜର ଧର୍ମୋପଦେଶ ପ୍ରଦାନ କଲେ, ଧନବାନ ଏବଂ କାଙ୍ଗାଳ ଉଭୟଙ୍କୁ ଧର୍ମୋପଦେଶ ଦେଲେ। ସେ ଦୁଇଗୋଟି ସନ୍ନ୍ୟାସୀ ସଂଘର ମଧ୍ୟ ସ୍ଥାପନା କଲେ ଯିଏ ବୁଦ୍ଧଙ୍କ ଧର୍ମୋପଦେଶର ପ୍ରଚାର ପ୍ରସାର ଜାରି ରଖିଥିଲେ ।

ବୁଦ୍ଧଙ୍କ ଗୁରୁ

ବୁଦ୍ଧଙ୍କର ପ୍ରମୁଖ ଗୁରୁ ଥିଲେ- ଗୁରୁ ବିଶ୍ୱାମିତ୍ର, ଅଲାରା, କଲମ, ଉଦ୍ଦାକା ରାମାପୁତ୍ତ ଇତ୍ୟାଦି ।

ପ୍ରମୁଖ ଶିଷ୍ୟ ଥିଲେ- ଆନନ୍ଦ, ଅନିରୁଦ୍ଧ, ମହାକଶ୍ୟପ, ରାନୀ ଖେମା (ମହିଳା), ମହାପ୍ରଜାପତି (ମହିଳା), ଭଦ୍ରିକା, ଭୃଗୁ, କିମ୍ବାଲ, ଦେବଦତ୍ତ, ଉପାଲୀ ଇତ୍ୟାଦି ।

ପ୍ରମୁଖ ପ୍ରଚାରକ-ଅଙ୍ଗୁଳିମାଳ, ମିଲିନ୍ଦ (ୟୁନାନୀ ସମ୍ରାଟ), ସମ୍ରାଟ ଅଶୋକ, ହ୍ବେନ ତ୍ସାଂଗ, ଫା ଶ୍ଯେନ, ଈ ଜିଂଗ, ହେ ଚୋ, ବୋଧିସତ୍ୱ ଆଦି।

ଗୁରୁ ବିଶ୍ୱାମିତ୍ର-ସିଦ୍ଧାର୍ଥ ଗୁରୁ ବିଶ୍ୱାମିତ୍ରଙ୍କ ନିକଟରୁ ବେଦ ଏବଂ ଉପନିଷଦ୍ ସମ୍ବନ୍ଧୀୟ ଜ୍ଞାନ ତ ଆହରଣ କଲେ, ତା ସହ ରାଜକାର୍ଯ୍ୟ ଏବଂ ଯୁଦ୍ଧ ବିଦ୍ୟାର ଶିକ୍ଷା ମଧ୍ୟ ଆହରଣ କଲେ। କୁସ୍ତି, ଘୋଡାଦୌଡ, ଶର ଚଳାଇବା, ରଥ ଆୟତ୍ତ କରିବାରେ କେହି ତାଙ୍କର ସମକକ୍ଷ ହୋଇପାରିଲେ ନାହିଁ।

ଗୁରୁ ଅଲାରା କଲମ ଏବଂ ଉଦ୍ଦାକା ରାମାପୁତ୍ତ-ଜ୍ଞାନ ଅନୁସନ୍ଧାନରେ ସିଦ୍ଧାର୍ଥ ବୁଲି ବୁଲି ଅଲାରା କଲମ ଏବଂ ଉଦ୍ଦାକା ରାମାପୁତ୍ତଙ୍କ ନିକଟରେ ପହଞ୍ଚିଲେ। ତାଙ୍କଠାରୁ ସେ ଯୋଗ ସାଧନା ଶିକ୍ଷା କଲେ। କେତେମାସ ଯାଏଁ ଯୋଗ ସାଧନା କରିବାପରେ ବି ଯେତେବେଳେ ଜ୍ଞାନ ଲାଭ ହେଲାନାହିଁ, ସେତେବେଳେ ସେ ଉରୁବେଲା ପହଞ୍ଚି ସେଠାରେ ଘୋର ତପସ୍ୟା କରିବାରେ ଲାଗିପଡିଲେ। ଛଅ ବର୍ଷ ବିତିଗଲା, ତପସ୍ୟା କରି। ସିଦ୍ଧାର୍ଥଙ୍କ ତପସ୍ୟା ସଫଳ ହୋଇପାରିଲା ନାହିଁ। ତତ୍ପଶ୍ଚାତ୍ କେତେଜଣ ସ୍ତ୍ରୀଲୋକ କୌଣସି ଏକ ନଗରରୁ ଫେରିବା ସମୟରେ ସିଦ୍ଧାର୍ଥ ତପସ୍ୟାରତ ଥିବା ସ୍ଥାନ ଦେଇ ଅଗ୍ରସର ହେଲେ। ସେମାନଙ୍କର ଏକ ଗୀତ ସିଦ୍ଧାର୍ଥଙ୍କ କର୍ଣ୍ଣଗୋର ହେଲା-‘ବୀଣାର ତାରକୁ ଢ଼ିଲା ଛାଡି ଦିଅ ନାହିଁଢ଼ିଲା କରିଦେଲେ ସେଥିରୁ ସୁରିଲା ସ୍ବର ବାହାରିବ ନାହିଁକିନ୍ତୁ ତାରକୁ ଏତେମାତ୍ରାରେ ବି ଟାଣ ନାହିଁ ଯେ ତାହା ଛିଡିଯିବ।’ ଏକଥା ସିଦ୍ଧାର୍ଥଙ୍କ ମନକୁ ବେଶ୍ ପାଇଗଲା। ସେ ମାନିନେଲେ କି ନିୟମିତ ଆହାର-ବିହାର ଦ୍ୱାରା ହିଁ ଯୋଗ ସିଦ୍ଧ ହୋଇଥାଏ। କୌଣସି କଥାର ଅତିଟା ଖରାପ ହୋଇଥାଏ। ଯେକୌଣସି କଥାର ପ୍ରାପ୍ତି ନିମନ୍ତେ ମଧ୍ୟମ ମାର୍ଗ ହିଁ ଠିକ୍ ହୋଇଥାଏ। ବାସ୍ ଏତିକି ଜାଣିଯିବା ପରେ ସ୍ବଳ୍ପ ସମୟ ମଧ୍ୟରେ ଜ୍ଞାନ ଲାଭ ହୋଇଗଲା।

ଆନନ୍ଦ-ସେ ବୁଦ୍ଧ ଏବଂ ଦେବଦତ୍ତଙ୍କର ଭାଇ ଥିଲେ ଏବଂ ବୁଦ୍ଧଙ୍କର ଦଶଜଣ ସର୍ବଶ୍ରେଷ୍ଠ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ।

ସେ ଲଗାତାର ୨୦ବର୍ଷ ପର୍ଯ୍ୟନ୍ତ ବୁଦ୍ଧଙ୍କ ସହ ରହିଲେ। ତାଙ୍କୁ ଗୁରୁଙ୍କର ସର୍ବପ୍ରିୟ ଶିଷ୍ୟରୂପେ ଗଣନା କରାଯାଉଥିଲା। ଆନନ୍ଦଙ୍କୁ ବୁଦ୍ଧଙ୍କର ନିର୍ବାଣ ପରେ ପ୍ରବୋଧନ ପ୍ରାପ୍ତ ହେଲା। ସେ ନିଜ ସ୍ମରଣ ଶକ୍ତି ପାଇଁ ପ୍ରସିଦ୍ଧ ଥିଲେ।

ମହାକଶ୍ୟପ-ମହାକଶ୍ୟପ ମଗଧର ବ୍ରାହ୍ମଣ ଥିଲେ ଯିଏ ତଥାଗତଙ୍କର ଅତି ନିକଟତର ଶିଷ୍ୟ ଥିଲେ। ସେ ପ୍ରଥମ ବୌଦ୍ଧ ଅଧିବେଶନର ଅଧ୍ୟକ୍ଷତା କରିଥିଲେ।

ରାନୀ ଖେମା-ରାନୀ ଖେମା ସିଦ୍ଧ ଧର୍ମସଙ୍ଗିନୀ ଥିଲେ। ସେ ବିମ୍ବିସାରର ରାଣୀ ଥିଲେ ଏବଂ ଅପୂର୍ବ ସୁନ୍ଦରୀ ଥିଲେ। ପରବର୍ତ୍ତୀ ସମୟରେ ଖେମା ବୌଦ୍ଧ ଧର୍ମର ଉତ୍ତମ ଶିକ୍ଷିକା ହୋଇଥିଲେ।

ମହାପ୍ରଜାପତି-ମହାପ୍ରଜାପତି ବୁଦ୍ଧଙ୍କର ମାତା ମହାମାୟାଙ୍କ ଭଉଣୀ ଥିଲେ। ଉଭୟେ ରାଜା ଶୁଦ୍ଧୋଦନଙ୍କ ସହ ବିବାହ କରିଥିଲେ। ଗୌତମ ବୁଦ୍ଧଙ୍କ ଜନ୍ମର ସାତବର୍ଷ ପରେ ମହାମାୟାଙ୍କର ମୃତୁ ହୋଇଗଲା। ତତ୍ପଶ୍ଚାତ୍ ମହାପ୍ରଜାପତି ତାଙ୍କୁ ନିଜ ପୁତ୍ରବତ୍ ପାଳନପୋଷଣ କଲେ। ରାଜା ଶୁଦ୍ଧୋଦନଙ୍କର ମୃତୁ ପରେ ବୌଦ୍ଧ ମଠରେ ପ୍ରଥମ ମହିଳା ସଦସ୍ଯ ରୂପେ ମହାପ୍ରଜାପତି ଆସୀନ ହୋଇଥିଲେ।

ମିଲିନ୍ଦ-ମିଲିନ୍ଦ ୟୁନାନୀର ରାଜା ଥିଲେ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ସେ ଆଫଗାନିସ୍ତାନ ଏବଂ ଉତ୍ତର ଭାରତର ରାଜା ଥିଲେ। ବୌଦ୍ଧଭିକ୍ଷୁ ନାଗସେନା ତାଙ୍କୁ ବୌଦ୍ଧ ଧର୍ମର ଦୀକ୍ଷା ଦେଇଥିଲେ ଏବଂ ସେ ବୌଦ୍ଧ ଧର୍ମକୁ ଆପଣାଇ ଥିଲେ।

ସମ୍ରାଟ ଅଶୋକ-ନିଜ ପୁତ୍ର ମହିନ୍ଦ ଏବଂ ପୁତ୍ରୀ ସଂଘମିତ୍ରାଙ୍କୁ ଧର୍ମପ୍ରଚାର ନିମନ୍ତେ ଶ୍ରୀଲଙ୍କାକୁ ପଠାଇଲେ। ତାଙ୍କ ଦ୍ୱାରା ଶ୍ରୀଲଙ୍କାର ରାଜା ଦେବନାମପିୟା ତୀସ୍ସା ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ଏବଂ ସେଠାରେ ‘ମହାବିହାର’ ନାମକ ବୌଦ୍ଧ ମଠର ସ୍ଥାପନା କରିଥିଲେ। ଏହି ଦେଶ ଆଧୁନିକ ଯୁଗରେ ମଧ୍ୟ ଥେରବାଦ ବୌଦ୍ଧ ଧର୍ମର ଆଶ୍ରୟସ୍ଥଳୀ ଅଟେ।

କନିଷ୍କ-କୁଷାଣ ରାଜା କନିଷ୍କଙ୍କର ବିଶାଳ ସାମ୍ରାଜ୍ଯରେ ବିବିଧ ଧର୍ମ ଅନୁସାରେ ବିଭିନ୍ନ ଲୋକଙ୍କର ନିବାସ ଥିଲା। କନିଷ୍କ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ଏବଂ ବୌଦ୍ଧ ଇତିହାସରେ ତାଙ୍କର ନାମ ଅଶୋକଙ୍କ ସମ ମହତ୍ତ୍ୱ ରଖିଥାଏ। ଆଚାର୍ଯ୍ୟ ଅଶ୍ୱଘୋଷ ତାଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ। ଏହି ଆଚାର୍ଯ୍ୟଙ୍କୁ ସେ ପାଟଳିପୁତ୍ରରୁ ନିଜ ସହ ଆଣିଥିଲେ ଏବଂ ତାଙ୍କଠାରୁ ସେ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଥିଲେ।

ଫାହ୍ବାନ-ଫାହ୍ବାନଙ୍କ ଜନ୍ମ ଚୀନ୍ର ‘ବୁ-ବଂଗ’ ନାମକ ସ୍ଥାନରେ ହୋଇଥିଲା। ସେ ହାରାହାରି ୩୯୯ ମସିହାରେ ନିଜର କେତେକ ମିତ୍ର ‘ହୁଇେଙ୍ଗ’, ‘ତାଓେଙ୍ଗ’, ‘ହୁଇେଓ୍ୱଈ’ଙ୍କ ସହ ଭାରତ ଯାତ୍ରାର ପ୍ରାରମ୍ଭ କରିଥିଲେ। ଫାହ୍ବାନଙ୍କ ଭାରତ ଯାତ୍ରାର ଉଦ୍ଦେଶ୍ୟ ବୌଦ୍ଧ ହସ୍ତଲିପି ଏବଂ ବୌଦ୍ଧ ସ୍ମୃତିସମୂହର ଅନୁସନ୍ଧାନ କରିବାର ଥିଲା। ଫାହ୍ବାନ ବୌଦ୍ଧ ଧର୍ମର ଅନୁସରଣକାରୀ ଥିଲେ, ଏଥିପାଇଁ ଫାହ୍ବାନ ସେହି ସ୍ଥାନର ଭ୍ରମଣକୁ ମହତ୍ତ୍ୱ ଦେଇଥିଲେ, ଯାହା ବୌଦ୍ଧ ଧର୍ମ ସହ ସମ୍ବନ୍ଧିତ ଥିଲା।

ହ୍ବେନ ତ୍ସାଂଗ- ଭାରତରେ ହ୍ବେନ ତ୍ସାଂଗ ବୁଦ୍ଧଙ୍କ ଜୀବନ ସହ ଯୁକ୍ତ ସମସ୍ତ ପବିତ୍ର ସ୍ଥଳମାନଙ୍କର ଭ୍ରମଣ କରିଥିଲେ ଏବଂ ସେ ନିଜର ଅଧିକାଂଶ ସମୟ ନାଳନ୍ଦା ମଠରେ ବିତାଇଥିଲେ, ଯାହା ବୌଦ୍ଧ ଶିକ୍ଷାର ପ୍ରମୁଖ କେନ୍ଦ୍ର ଥିଲା। ଏଠାରେ ସେ ସଂସ୍କୃତ, ବୌଦ୍ଧ ଦର୍ଶନ ଏବଂ ଭାରତୀୟ ଚିନ୍ତନରେ ଦକ୍ଷତା ହାସିଲ କରିବା ପରେ ନିଜର ସମ୍ପୂର୍ଣ୍ଣ ଜୀବନ ବୌଦ୍ଧ ଗ୍ରନ୍ଥସମୂହର ଅନୁବାଦରେ ବିନିଯୋଗ କରିଥିଲେ। ସେ ହାରାହାରି ୬୫୭ଟି ଗ୍ରନ୍ଥର ଅନୁବାଦ କରିଥିଲେ ଏବଂ ୫୨୦ଟି ପେଟିରେ ସେ ସବୁକୁ ଭାରତରୁ ଚୀନ ନିଆଯାଇଥିଲା। ଏହି ବିଶାଳ ଖଣ୍ଡର କ୍ଷୁଦ୍ର ଏକ ଅଂଶ (୧୩୩୦ ଅଧ୍ୟାୟ ବିଶିଷ୍ଟ ୭୩ଟି ଗ୍ରନ୍ଥ)ର ଅନୁବାଦରେ ମହାଯାନର କେତେକ ଅତ୍ୟଧିକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ ମିଶି ରହିଛି।

ଦର୍ଶନ ଏବଂ ସିଦ୍ଧାନ୍ତ

ଗୌତମ ବୁଦ୍ଧଙ୍କର ମହାନିର୍ବାଣ ପରେ, ବୌଦ୍ଧ ଧର୍ମର ଭିନ୍ନ ଭିନ୍ନ ସମ୍ପ୍ରଦାୟ ଉପସ୍ଥିତ ହୋଇଅଛି, ହେଲେ ଏ ସବୁର ଅନେକ ସିଦ୍ଧାନ୍ତ ରହିଛି। ସମସ୍ତ ବୌଦ୍ଧ ସମ୍ପ୍ରଦାୟ ତଥାଗତ ବୁଦ୍ଧଙ୍କର ମୂଳ ସିଦ୍ଧାନ୍ତ ଉପରେ ଆଧାରିତ।

ପ୍ରତୀତ୍ୟସମୁତ୍ପାଦ

ପ୍ରତୀତ୍ୟସମୁତ୍ପାଦର ସିଦ୍ଧାନ୍ତ ଅନୁସାରେ କୌଣସି ଘଟଣା କେବଳ ଅନ୍ଯ ଘଟଣା କାରଣରୁ ଜଟିଳ କାରଣ ପରିଣାମ ରୂପେ ବିଦ୍ୟମାନ ହୋଇଥାଏ। ପ୍ରାଣୀଗଣଙ୍କ ନିମନ୍ତେ, ଏହାର ଅର୍ଥ ହେଉଛି କର୍ମ ଏବଂ ବିପାକ (କର୍ମର ପରିଣାମ)ଅନୁସାରେ ଅନନ୍ତ ସଂସାରର ଚକ୍ର । କାହିଁକି ନାଁ ସବୁକିଛି ଅନିତ୍ୟ ଏବଂ ଅନାତ୍ମ (ଆତ୍ମ ବ୍ୟତିରେକ) ହୋଇଥାଏ, କିଛି ବି ପ୍ରକୃତରେ ବିଦ୍ୟମାନ ନୁହେଁ। ପ୍ରତ୍ଯେକ ଘଟଣା ମୂଳତଃ ଶୂନ୍ଯ ହୋଇଥାଏ। ହେଲେ, ମାନବ, ଯାହା ନିକଟରେ ଜ୍ଞାନର ଶକ୍ତି ରହିଛି, ତୃଷ୍ଣାକୁ, ଯାହା ଦୁଃଖର କାରଣ ଅଟେ, ତ୍ୟାଗକରି, ତୃଷ୍ଣାରେ ନଷ୍ଟ କରାଯାଇଥିବା ଶକ୍ତିକୁ ଜ୍ଞାନ ଏବଂ ଧ୍ୟାନରେ ପରିବର୍ତ୍ତିତ କରି, ନିର୍ବାଣ ପାଇପାରିବେ ।

କ୍ଷଣିକବାଦ

ଏ ଦୁନିଆରେ ସବୁକିଛି କ୍ଷଣିକ ମାତ୍ର ଏବଂ ନଶ୍ୱର ଅଟେ। କିଛି ବି ସ୍ଥାୟୀ ନୁହେଁ। ହେଲେ ବୈଦିକ ମତର ବିରୋଧ ଅଟେ ।

ଅନାତ୍ମବାଦ

ଆତ୍ମାର ଅର୍ଥ ‘ମୈ’ ହୋଇଥାଏ କିନ୍ତୁ, ପ୍ରାଣୀ ଶରୀର ଏବଂ ମନ ଦ୍ୱାରା ନିର୍ମିତ, ଯେଉଁଥିରେ ସ୍ଥାୟିତ୍ୱ ନାହିଁ। ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତିତ ହୋଇଥାଏ। ଏଥିପାଇଁ, ‘ମୈ’ ଅର୍ଥାତ୍ ଆତ୍ମା ନାମକ କୌଣସି ସ୍ଥାୟୀ ଶବ୍ଦ ନାହିଁ। ଯାହାକୁ ଲୋକେ ଆତ୍ମା ମନେକରନ୍ତି, ତାହା ଚେତନାର ଅବିଚ୍ଛିନ୍ନ ପ୍ରବାହ ଅଟେ। ଆତ୍ମାର ସ୍ଥାନ ମନ ନେଇଯାଇଛି।

ଅନୀଶ୍ୱରବାଦ

ବୁଦ୍ଧ ବ୍ରହ୍ମଜାଲ ସୂତ୍ରରେ ସୃଷ୍ଟିର ନିର୍ମାଣ କିପରି ହୋଇଛି, ଏ ସମ୍ବନ୍ଧରେ କହିଛନ୍ତି। ସୃଷ୍ଟିର ନିର୍ମାଣ ହେବା ଏବଂ ବିନାଶ ହେବା କ୍ରିୟା ବାରମ୍ବାର ହୋଇଥାଏ। ଈଶ୍ୱର ଅଥବା ମହାବ୍ରହ୍ମା ସୃଷ୍ଟିର ନିର୍ମାଣ କରନ୍ତି ନାହିଁ କାହିଁକି ନାଁ ସଂସାର ପ୍ରତୀତ୍ୟସମୁତ୍ପାଦ ଅର୍ଥାତ୍ କାର୍ଯ୍ୟକରଣ-ଭାବର ନିୟମ ଅନୁସାରେ ପରିାଳିତ ହୋଇଥାଏ। ଭଗବାନ ବୁଦ୍ଧଙ୍କ ଅନୁସାରେ, ମନୁଷ୍ୟମାନଙ୍କର ଦୁଃଖ ଏବଂ ସୁଖ ନିମନ୍ତେ କର୍ମ ଦାୟୀ ହୋଇଥାଏ, ଈଶ୍ୱର ଅବା ମହାବ୍ରହ୍ମା ନୁହେଁ। ଅନ୍ଯ ସ୍ଥାନରେ ବୁଦ୍ଧ ସର୍ବୋଚ୍ଚ ସତ୍ୟକୁ ଅବର୍ଣ୍ଣନୀୟ ବୋଲି କହିଛନ୍ତି।

ଶୂନ୍ଯତାବାଦ

ଶୂନ୍ଯତା ମହାଯାନ ବୌଦ୍ଧ ସମ୍ପ୍ରଦାୟର ପ୍ରଧାନ ଦର୍ଶନ ଅଟେ। ସେ ନିଜ ସମ୍ପ୍ରଦାୟର ଲୋକମାନଙ୍କୁ ମହତ୍ତ୍ୱ ଦେଇଥାନ୍ତି।

ଯଥାର୍ଥବାଦ

ବୌଦ୍ଧ ଧର୍ମର ଅର୍ଥ ନିରାଶାବାଦ ନୁହେଁ। ଦୁଃଖର ଅର୍ଥ ନିରାଶାବାଦ ନୁହେଁ, କିନ୍ତୁ ସାପେକ୍ଷବାଦ ଏବଂ ଯଥାର୍ଥବାଦ ଅଟେ (୧)। ବୁଦ୍ଧ, ଧମ୍ମ ଏବଂ ସଂଘ ବୌଦ୍ଧ ଧର୍ମର ତ୍ରିରତ୍ନ ଅଟନ୍ତି। ଭିକ୍ଷୁ, ଭିକ୍ଷୁଣୀ, ଉପାସକ, ଉପାସିକା ସଂଘର ଚାରିଗୋଟି ଅବୟବ ଅଟେ।

ବୋଧିସତ୍ତ୍ୱ

ଦଶଗୋଟି ପାରମିତାର ପୂର୍ଣ୍ଣରୂପେ ପାଳନକାରୀ ବୋଧିସତ୍ତ୍ୱ ବୋଲାଏ। ବୋଧିସତ୍ତ୍ୱ ଯେତେବେଳେ ଦଶଗୋଟି ବଳ ଅବା ଭୂମି (ମୁଦିତା, ବିମଲା, ଦୀପ୍ତି, ଅର୍ଚିଷ୍ମତୀ, ସୁଦୁର୍ଜୟା, ଅଭିମୁଖୀ, ଦୂରଙ୍ଗମା, ଅଳ, ସାଧୁମତୀ, ଧମ୍ମ-ମେଘା)କୁ ପ୍ରାପ୍ତ କରିନିଅନ୍ତି ସେତେବେଳେ  ବୁଦ୍ଧ ବୋଲାନ୍ତି। ବୁଦ୍ଧ ହେବା ହିଁ ବୋଧିସତ୍ତ୍ୱଙ୍କ ଜୀବନର ପରାକାଷ୍ଠା ଅଟେ। ଏହି ପରିଚୟକୁ ବୋଧି (ଜ୍ଞାନ) ନାମ ଦିଆଯାଇଛି। କୁହାଯାଏ କି, ବୁଦ୍ଧ ଶାକ୍ୟମୁନି କେବଳ ବୁଦ୍ଧ ଅଟନ୍ତି-ତାଙ୍କ ପୂର୍ବରୁ ଅନେକ ଥିଲେ ଏବଂ ଭବିଷ୍ୟତରେ ଆହୁରି ଅନେକ ରହିବେ। ତାଙ୍କ କହିବା ଅନୁସାରେ ଯେକେହି ବି ବୁଦ୍ଧ ହୋଇପାରିବେ ଯଦି ସେ ଦଶଗୋଟି ପାରମିତାର ପୂର୍ଣ୍ଣରୂପେ ପାଳନ କରିବାପୂର୍ବକ ବୋଧିସତ୍ତ୍ୱ ପ୍ରାପ୍ତ କରିବେ ଏବଂ ବୋଧିସତ୍ତ୍ୱ ଲାଭ କରିବାପରେ ଦଶଗୋଟି ବଳ ଅବା ଭୂମିକୁ ଲାଭ କରିବେ। ବୌଦ୍ଧ ଧର୍ମର ଅନ୍ତିମ ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ମାନବ ସମାଜରୁ ଦୁଃଖର ଅନ୍ତ କରିବା। ମୁଁ କେବଳ ଗୋଟିଏ କଥା ଶିକ୍ଷା ଦିଏ-ଦୁଃଖ ଅଛି, ଦୁଃଖର କାରଣ ଅଛି, ଦୁଃଖର ନିରୋଧ ଅଛି ଏବଂ ଦୁଃଖ ନିରୋଧର ମାର୍ଗ ରହିଛି (ବୁଦ୍ଧ)। ବୌଦ୍ଧ ଧର୍ମର ଅନୁସରଣକାରୀ ଅଷ୍ଟାଙ୍ଗିକ ମାର୍ଗରେ ପରିାଳିତ ହୋଇ ତା ଅନୁସାରେ ଜୀବିକାନିର୍ବାହ କରି ଅଜ୍ଞାନତା ଏବଂ ଦୁଃଖରୁ ମୁକ୍ତି ତଥା ନିର୍ବାଣ ପାଇବାପାଇଁ ପ୍ରୟାସ କରିଥାନ୍ତି।

ବୌଦ୍ଧ ସମ୍ବିଳନୀ

ମହାତ୍ମା ବୁଦ୍ଧଙ୍କ ଦେହାନ୍ତର କିଛି ସମୟ ପରେ ତାଙ୍କ ଶିକ୍ଷା ସଂଗ୍ରହ, ପାଠ କରିବା ଇତ୍ୟାଦି ଉଦ୍ଦେଶ୍ୟରେ ସଙ୍ଗୀତି (ସମ୍ମିଳନୀ) ର ଆରମ୍ଭ ହୋଇଥିଲା। ଏମାନଙ୍କୁ ଧାମ ସଙ୍ଗୀତି (ଧର୍ମ ସମ୍ମିଳନୀ) କୁହାଯାଏ | ସଙ୍ଗୀତିର ଅର୍ଥ ହେଉଛି 'ଏକାଠି ଗୀତ'। 

ବୌଦ୍ଧ ସଙ୍ଗୀତିର ଐତିହାସିକ ସ୍ଥଳ
ସଙ୍ଗୀତି ସ୍ଥାନ ବର୍ଷ
ପ୍ରଥମ ବୌଦ୍ଧ ରାଜଗୃହ ଠାରେ 483 ଖ୍ରୀଷ୍ଟ ପୂର୍ବ
ଦ୍ଵିତୀୟ ବୌଦ୍ଧ ବୈଶାଳୀ 383 ଖ୍ରୀଷ୍ଟ ପୂର୍ବ
ତୃତୀୟ ବୌଦ୍ଧ ପାଟଳୀପୁତ୍ର 251 ଖ୍ରୀଷ୍ଟ ପୂର୍ବ
ଚତୁର୍ଥ ବୌଦ୍ଧ କୁଣ୍ଡଳବନ (କାଶ୍ମୀର) ପ୍ରଥମ ଶତାବ୍ଦୀ
ପଞ୍ଚମ ବୌଦ୍ଧ ଉଜ୍ଜୟନ 172 ଖ୍ରୀଷ୍ଟାବ୍ଦ

ସମ୍ପ୍ରଦାୟ

ବୌଦ୍ଧ ଧର୍ମ ସଂଘର ବିରାଟ ସ୍ଥାନ ରହିଛି। ଏହି ଧର୍ମରେ ବୁଦ୍ଧ, ଧମ୍ମ ଏବଂ ସଂଘକୁ ‘ତ୍ରିରତ୍ନ’ କୁହାଯାଏ। ସଂଘର ନିୟମ ସମ୍ବନ୍ଧରେ ଗୌତମ ବୁଦ୍ଧ କହିଛନ୍ତି, କ୍ଷୁଦ୍ର ନିୟମକୁ ଭିକ୍ଷୁଗଣ ପରିବର୍ତ୍ତନ କରିପାରନ୍ତି। ତାଙ୍କର ମହାନିର୍ବାଣ ପରେ ସଂଘର ଆକାରରେ ବ୍ଯାପକ ବୃଦ୍ଧି ଘଟିଥିଲା। ଏହି ବୃଦ୍ଧି ପରେ ବିଭିନ୍ନ କ୍ଷେତ୍ର, ସଂସ୍କୃତି, ସାମାଜିକ ବ୍ୟବସ୍ଥା, ଦୀକ୍ଷା ଆଦି ଆଧାରରେ ଭିନ୍ନ ଲୋକମାନେ ବୌଦ୍ଧ ଧର୍ମରେ ଆବଦ୍ଧ ହୋଇଛନ୍ତି ଏବଂ ସଂଘର ନିୟମ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଲା। ଏହା ସହ ଅଙ୍ଗୁତ୍ତର ନିକାୟର କାଲାମ ସୁତ୍ତରେ ବୁଦ୍ଧ ନିଜର ଅନୁଭବ ଆଧାରରେ ଧର୍ମ ପାଳନ କରିବାର ସ୍ବତନ୍ତ୍ରତା ପ୍ରଦାନ କରିଛନ୍ତି। ଅତଃ, ବିନୟ ନିୟମାନୁସାରେ ପରିମାର୍ଜନ†ପରିବର୍ତ୍ତନ, ସ୍ଥାନୀୟ ସାଂସ୍କୃତିକ†ଭାଷାଗତ ପକ୍ଷ, ବ୍ୟକ୍ତିଗତ ଧର୍ମର ସ୍ବତନ୍ତ୍ରତା, ଧର୍ମର ନିଶ୍ଚିତ ପକ୍ଷରେ ଅଧିକ ଅବା କମ୍ ଆଦି କାରଣଦ୍ୱାରା ବୌଦ୍ଧ ଧର୍ମରେ ବିଭିନ୍ନ ସମ୍ପ୍ରଦାୟ ବା ସଂଘରେ ପରିମାର୍ଜିତ ହେଲା। ବର୍ତ୍ତମାନ ଏହି ସଂଘରେ ପ୍ରମୁଖ ସମ୍ପ୍ରଦାୟ ଅବା ପନ୍ଥ ଥେରବାଦ, ମହାଯାନ ଏବଂ ବଜ୍ରଯାନ ଅଟେ। ଭାରତରେ ବୌଦ୍ଧ ଧର୍ମର ନବଯାନ ସମ୍ପ୍ରଦାୟ ରହିଛି ଯାହା ପୂର୍ଣ୍ଣତଃ ଶୁଦ୍ଧ, ମାନବତାବାଦୀ ଏବଂ ବିଜ୍ଞାନବାଦୀ ଅଟେ।

Tag: bauddha dharma, Bauddha dharma grantha nameb, auddha dharmankur sabhab, auddha dharma in Odia, Bauddha dharma grantha, bauddha dharma sammelana, bauddha dharma in marathi, bauddha dharma grantha name in Odia, Bauddha dharma history

Post a Comment

0 Comments