Music

ଖଣ୍ଡାୟତ କିଏ ଓ କେଉଁ ମାନଙ୍କୁ କୁହାଯାଏ


ଖଣ୍ଡାୟତ ଓଡ଼ିଶାର ଏକ ପାରମ୍ପାରିକ ଯୋଦ୍ଧା ଜାତି । ଖଣ୍ଡାୟତମାନେ ଭାରତ ସ୍ୱାଧୀନ ହେବା ଆଗରୁ ରାଜାଙ୍କଦ୍ୱାରା ନିୟୋଜିତ ସେନାରେ ଯୁଦ୍ଧର କରୁଥିଲେ ।

ହିନ୍ଦୁ ଧର୍ମର  4 ଟି ବର୍ଣ୍ଣ ପ୍ରଣାଳୀ ଅନୁଯାୟୀ ଖଣ୍ଡାୟତ କ୍ଷତ୍ରିୟ ବର୍ଣ୍ଣ ଅଧୀନରେ ଆସେ ।  ଏମାନେ ରାଜ୍ୟର ଜନସଂଖ୍ୟାର 18-20% ଅଟନ୍ତି ।  ପାରମ୍ପରିକ ଭାବେ ସେମାନେ ସାମରିକ ଜାତି ବା ଯୋଦ୍ଧା ଶ୍ରେଣୀର ଲୋକ ଅଟନ୍ତି ।  ଖଣ୍ଡାୟତ ନାମ ଓଡିଆରେ "ଖଣ୍ଡା" ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ଖଡ୍ଗ ଏବଂ "ଆୟତ" ଅର୍ଥ ହେଉଛି ଏହାର ନିୟନ୍ତ୍ରଣ। ସେମାନଙ୍କୁ ବିଭିନ୍ନ ଉପ ଗୋଷ୍ଠୀରେ ବିଭକ୍ତ କରାଯାଇଛି। ମୁଖ୍ୟ ଉପ ଗୋଷ୍ଠୀଗୁଡ଼ିକ ହେଉଛି: - ଖେତ୍ରିଅ, ଚଷା, ଦଲପତି, ବେନଟିଆ, କୋଳଥିଆ (  ଟିପ୍ପଣୀ: -ପଶ୍ଚିମ ଓଡ଼ିଶା କୋଳଥିଆ ସହ ଭିନ୍ନ), ପଣ୍ଡାରସଗରିଆ ( ଅନୁଗୁଲ ଏବଂ  ଢେଙ୍କାନାଳ ଜିଲ୍ଲାରେ ବାସ କରନ୍ତି), ତିନସଗରିଆ (ଅନୁଗୁଲ ଜିଲ୍ଲାରେ ବାସ କରନ୍ତି), ଓଡ଼/ ଓଡିଆ (ବେଳେବେଳେ ଓର କୁହାଯାଏ), ସାମନ୍ତ, ଚୁକୁଲିଆ ( ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ବାସ କରନ୍ତି), ସୁକୁଲିଆ ( ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ବାସ କରନ୍ତି), ଇତ୍ୟାଦି ।ବ୍ରାହ୍ମଣମାନଙ୍କ ପରି କେତେକ ଉପ ଗୋଷ୍ଠୀ ବିଶେଷ ଭାବରେ ମହାନାଏକ  ବିବାହ ପରେ ପଇତା ପିନ୍ଧନ୍ତି ହେଲେ ଅନ୍ୟମାନେ ପିନ୍ଧନ୍ତି ନାହିଁ । 

ଇତିହାସ

ପୁରୀ ଗଜପତିଙ୍କ ନିଦ୍ଦେଶ ଅନୁସାରେ ଖଣ୍ଡାୟତମାନେ ଯୁଦ୍ଧବିଦ୍ୟାରେ ନିପୁଣ ହୋଇଥିବେ, ରାଜ୍ୟଶାସନରେ ମହାରଥୀ ପଦ ହାସଲ କରିଥିବେ ଏବଂ ନିଜେ ମଧ୍ୟ ଶୃଙ୍ଖଳିତ ହୋଇଥିବେ । ଖଣ୍ଡାୟତମାନେ କ୍ଷତ୍ରୀୟ ଅନ୍ତର୍ଭୁକ୍ତ । ଖଣ୍ଡାୟତମାନଙ୍କ ୨୫୦୦ ବର୍ଷରୁ ଉର୍ଦ୍ଧ୍ୱ ଲିଖିତ ଇତିହାସ ଭିତରୁ କଳିଙ୍ଗ ଯୁଦ୍ଧ ଏବଂ ପାଇକ ବିଦ୍ରୋହ କେତେକ ଐତିହାସିକ ଘଟଣା ଭାବେ ଅନ୍ୟତମ । ଯେଉଁ ଖଣ୍ଡାୟତମାନେ ଯୁଦ୍ଧରେ ଲଢୁଥିଲେ ସେମାନଙ୍କୁ ପଦ ଅନୁସାରେ ଜମି ପ୍ରଦାନ କରାଯାଉଥିଲା ଯାହା ଜାଗିରି ବୋଲି ମଧ୍ୟ ଜଣା । ଏହା ଫଳରେ ୧୯ଶ ଶତାବ୍ଦୀ ଶେଷ ଭାଗ ସମୟରେ ଅଧିକାଂଶ ଜମିଦାରୀ ଖଣ୍ଡାୟତ ସମୁଦାୟର ଲୋକମାନଙ୍କ ପାଖେ ଥିଲା । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଜମିଦାରୀ ପ୍ରଥାକୁ ଉଚ୍ଛେଦ ହେଲା ପରେ ଓଡ଼ିଶାର ଖଣ୍ଡାୟତ ଓ ବ୍ରାହ୍ମଣ ସମୁଦାୟ ଲୋକ ସେବା, ରାଜନୀତି ଓ ବିଭିନ୍ନ ଅନ୍ୟ ବୃତ୍ତିରେ ନିୟୋଜିତ ହେଲେ ।

ବର୍ତ୍ତମାନ

ଖଣ୍ଡାୟତମାନେ ଧାର୍ମିକତା ଅନୁସାରେ ବିଭକ୍ତ ନ ହୋଇ ସାମାଜିକ ସ୍ଥିତି ଅନୁସାରେ ମୁଖ୍ୟତଃ ଅଗ୍ନିବେଶୀ, ସୂର୍ଯ୍ୟବଂଶୀ, ନାଗବଂଶୀ ଏବଂ ଚନ୍ଦ୍ରବଂଶୀ ଆଦିରେ ବିଭକ୍ତ । ଅନ୍ୟାନ୍ୟ ଶ୍ରେଣୀବିଭାଗ ମତେ ସେମାନେ ରାଜପୁତିଆ ଖଣ୍ଡାୟତ (ରାଜପରିବାରର ସଦସ୍ୟ), ଶ୍ରେଷ୍ଠ ଖଣ୍ଡାୟତ (ଯେଉଁ ପରିବାରର ସଦସ୍ୟ ଅଥବା ପୂର୍ବ ପୁରୁଷମାନେ ରାଜ୍ୟପାଇଁ କିଛି ବିଶିଷ୍ଠ କାର୍ଯ୍ୟ କରିଥିଲେ) ଏବଂ ସାଧାରଣ ଖଣ୍ଡାୟତ (ଯେଉଁ ମାନେ ଯୋଦ୍ଧା ଥାଇ ପରେ ଶାନ୍ତି ସମୟରେ କୃଷି, ଶିକ୍ଷା ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି) ନାମରେ ମଧ୍ୟ ବିଭକ୍ତ । ପୁର୍ବେ ଖଣ୍ଡାୟତମାନେ ବିଶେଷ କରି କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂପୁର, ଯାଜପୁର, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ମଧ୍ୟ-ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ ।

 ଭାରତ ଉପରେ ମୁସଲମାନ ଆକ୍ରମଣ ପରେ ହିନ୍ଦୁ ଶାସକମାନେ ପ୍ରାୟ ଶକ୍ତି ହରାଇ ବସିଲେ।  ସେହି ସମୟରେ ଖଣ୍ଡାୟତ (କ୍ଷତ୍ରିୟ) ବଞ୍ଚିବା ପାଇଁ ଚାଷରେ କାର୍ଯ୍ୟ କରିଥିଲେ ।  ଜିନ ଗତ ଭାବରେ, ସେମାନେ ସାହସୀ ଅଟନ୍ତି। ଏମାନେ ରାଜପୁତ ପରି ଭାରତର ପ୍ରକୃତ ଯୋଦ୍ଧା ଅଟନ୍ତି ।

 ଖଣ୍ଡାୟତମାନେ ଓଡିଶାର ଶାସକ ଥିଲେ ଓ ଏମାନେ ଓଡିଶାର ଭୂମି ପାଇଁ ଉଭୟ ପ୍ରଶାସକ ଏବଂ ସାମରିକ ସେବା ପ୍ରଦାନ କରିଥିଲେ । ଇତିହାସ କହୁଛି ଯେ ଏମାନେ ସମାଜର ସର୍ବୋଚ୍ଚ ଶ୍ରେଣୀ ଥିଲେ ଏବଂ ଅନ୍ୟ ଜାତିମାନଙ୍କ ସହ ସମାନ ଭାବରେ ବାସ କରୁଥିଲେ।

 ଖଣ୍ଡାୟତର ସାଧାରଣ ଉପନାମ: -

 ବିଶ୍ୱାଳ, ଧଲ, ସ୍ୱାଇଁ, ପ୍ରଧାନ, ରାଉତ, ରାଉତରାୟ, ଗୁରୁ(କଳାହାଣ୍ଡି), ପାଇକରାୟ,ସାହୁ, ଦେଓ, ଦେ, ସିଂହଦେଓ, ଧୀର, ମହାରଥୀ, ସେନ୍ଧ ବଲ, ବେଉରା, ବେହେରା, ଭଞ୍ଜ, ନାୟକ, ଖୁଣ୍ଟିଆ, କୁଆଁର, ଗଡନାୟକ,ଇନ୍ଦ୍ରସିଂହ ଚକ୍ର, ବର୍ଦ୍ଧନ, ଚାଉଲିଆ, ପରିଡା, ପାହି, ଆଏଚ୍ ମାନସିଂହ,ଗୁମାନ ସିଂ,ବଳିଆର ସିଂ, ରଞ୍ଜିତ ସିଂ, ଗଜେନ୍ଦ୍ର ସିଂ, ଜୟସିଂ, ଜୁଝାରସିଂହ, ଛୁଆଲସିଂହ, କାହଲସିଂହ, ପାହାଡ଼ ସିଂହ,ମଙ୍ଗରାଜ, ମର୍ଦ୍ଦରାଜ, ଭୋଲା, ବିସୋଇ, ବୋହ୍ରା, ବରାଲ, ରାଏ, ସାମନ୍ତରାୟ, ରାଇଗୁରୁ / ରାୟଗୁରୁ, ଦଣ୍ଡସେନା, ଖଣ୍ଡାୟତରାଜ, ଖଣ୍ଡାୟତ୍ର, ଖେଲୁଦସିଂହ, ପାଇକରାୟ, ଛୋଟରାୟ, ଦଳସିଂହରାୟ, ଶ୍ରୀଚନ୍ଦନ ରାୟ, ଚମ୍ପତି ରାୟ,ସାମଲ, ପାଟିଲ, ବିଶୋଇ, ପାତ୍ର, ପଟେଲ, ମହାନ୍ତି, ପାଲ, ଖଟେଇ, ଖଟୁଆ, ଦଲବେହେରା, ଦଲେଇ/ଦଲାଇ, ଦଣ୍ଡପାଟ ହରିଚନ୍ଦନ , ଶ୍ରୀଚନ୍ଦନ, ବଡ଼ଜେନା, ଜେନା, ଜେନାମଣି,ଖଣ୍ଡାଇ, ଖଣ୍ଡେଇ, ଖଣ୍ଡେୟି, ଚୌଧୁରୀ, ମହାପାତ୍ର, ସାମନ୍ତସିଂହାର, ପଟ୍ଟଯୋଶୀ, ପାଟ୍ଟସାଣି, ଜଗଦେବ, ସାମନ୍ତ, ବିଦ୍ୟାଧର, ବୈରିଗଞ୍ଜନ, ଉତ୍ତରାକବାଟ, ପାଶ୍ଚିମାକବାଟ, ଦକ୍ଷିଣକବାଟ, ପୂର୍ବ କବାଟ ଇତ୍ୟାଦି।

+ଉପନାମରେ କୌଣସି ତ୍ରୁଟି ଥିଲେ comment ରେ ଜଣାଇବାକୁ ଅନୁରୋଧ।

Post a Comment

0 Comments