Music

ବିହନ ବିଶୋଧନ କିପରି କରିବେ


 ବିହନ ବିଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜୈବିକ ଏବଂ ରାସାୟନିକ ପଦାର୍ଥଗୁଡ଼ିକୁ ବ୍ୟବହାର କରି ମୃତ୍ତିକା ଏବଂ ବିହନ ଭିତରେ ଥିବା ଫିମ୍ପି ଜୀବାଣୁ ଏବଂ କୀଟଙ୍କୁ ଦମନ କରିବା । ଯାହାଦ୍ଵାରା ପରବର୍ତ୍ତୀ ପରିସ୍ଥିତିରେ ଗଛକୁ ସୁରକ୍ଷା ମିଳିଥାଏ । ଗଛ ସୁସ୍ଥ ସବଳ ହୁଏ ଏବଂ ଭଲ ଅମଳ ଦେଇଥାଏ ।

ବର୍ତ୍ତମାନ ଶତକଡା ୭୦ ଭାଗ ଚାଷୀ ବିନା ବିହନ ବିଶୋଧନରେ ଚାଷ କରୁଛନ୍ତି । ଏହାଦ୍ଵାରା ବିଭିନ୍ନ ରୋଗ ଏବଂ କୀଟ ଆକ୍ରମଣ ଅତି ସହଜରେ ଗଛ ହେବାଠାରୁ ଫଳ ଫଳିବା ପର୍ଯ୍ୟନ୍ତ ଲାଗି ରହିଥାଏ । ଏଣୁ ଏହାକୁ ଦୂରେଇବା ପାଇଁ ମିଳିତ ଭାବରେ ବିହନ ବିଶୋଧନ କରି ଚାଷ କଲେ ଅଧିକ ଅମଳ ମିଳିପାରିବ ।

ପ୍ରତ୍ୟେକ ବିହନ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକାର ବିଶୋଧନ ପ୍ରଣାଳୀ ରହିଛି। ଏହି ବିଶୋଧନ ପ୍ରକ୍ରିୟା ଦ୍ଵାରା ବିହନର ପରିପାର୍ଶ୍ଵିକ ସ୍ଥିତି, ଗଜା ହେବା ପରବର୍ତ୍ତୀ ଅବସ୍ଥା ଏବଂ ପରିବେଶରେ ଗଛର ଅବସ୍ଥା ଉନ୍ନତି ହୋଇଥାଏ, ଯଥା ରୋଗ ଓ ପୋକ ଆକ୍ରମଣରୁ ମୁକ୍ତ ରହିଥାଏ ।

ବିହନ ବିଶୋଧନ ପ୍ରଣାଳୀ

ବିହନ ଲେପ


ଏହା ଏକ ସାଧାରଣ ପଦ୍ଧତି, ଅତି ସହଜରେ ହୋଇଥାଏ । ଏଥିରେ ଶୁଖିଲା କିମ୍ବା ଓଦାଳିଆ ପଦାର୍ଥର ପାଉଡର କିମ୍ବା ମଣ୍ଡରେ ବିହନକୁ ଖେଳା ଯାଇଥାଏ । ପରେ ବିହନ ଉପରେ ଏକ ସ୍ତର ଆବରଣ ହୋଇ ରହିଥାଏ । ଏହି ପଦ୍ଧତି ଚାଷୀ ଦ୍ଵାରା ଏବଂ ଶିଳ୍ପୋଦ୍ୟୋଗୀ ସ୍ତରରେ ମଧ୍ୟ ହୋଇପାରିବ । ମାଟିରେ ତିଆରି ମାଠିଆ ସାଧାରଣତଃ ବ୍ୟବହାର ହୋଇଥାଏ କିମ୍ବା ଏକ ପଲିଥିନ୍ ଚଦର ଉପରେ ବିହନକୁ ବିଛୁରିତ କରି ଅନୁମୋଦିତ ବିଶୋଧନ ପଦାର୍ଥକୁ ସମପରିମାଣରେ ବିଚୁରିତ କରି ବିହନ ଉପରେ ପକାଯାଇଥାଏ ଏବଂ ତା' ପରେ କିଛି ମାଧ୍ୟମରେ ବିହନକୁ ଗୋଳାଯାଇଥାଏ  I

ବିହନ ଆସ୍ତରଣ

ଏଥିପାଇଁ ଏକ ପ୍ରକାର ବିହନ ବିଶୋଧନ ତ୍ରମ୍ ବ୍ୟବହାର ଜୋହାଇଥାଏ । ଏହା ଏକ ଉନ୍ନତ ଧରଣର ବିହନ ବିଶୋଧନ ପ୍ରଣାଳୀ । ବିହନ ଏବଂ ଔଷଧକୁ ଏକ ସଙ୍ଗରେ ପୂରାଇ ଭ୍ରମକୁ ବୁଲେଇ ଦେଲେ ବିହନ ବିଶୋଧନ ହୋଇଯାଏ ।

ମୁଖ୍ୟ ଫସଲ ଗୁଡିକରେ ବହନ ବିଶୋଧନ

ଧାନ

ମୂଳଶଢାଏବଂ ଅନ୍ୟାନ୍ୟ ରୋଗ ପାଇଁ ଟ୍ରାଇକୋଡରମା – ୫/୧୦ ଗ୍ରାମ/ କେଜି ବିହନ କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି ବିହନ କିମ୍ବା ଥିରାମ ୩ ଗ୍ରାମ/ କେଜି ବିହନରେ ଗୋଳାଇ ପରେ ଲଗାଇବା ଦରକାର ।  ଚେର ଗଣ୍ଠି ସୂତ୍ର ଜୀବ ଓ ଅଗ ଧଳା ସୂତ୍ର ଜୀବ ପାଇଁ କେତ୍କାର ପାଇରିଫସ୍ ୩୦ ଗ୍ରାମ/୧୦ କେଜି ବିହନ ଶତକଡା ୨ ଭାଗ ମନୋକୋଟଫସ୍ ଦ୍ରବଣ ସହିତ ବିହନକୁ ୫ ଘଣ୍ଟା ବୁଡାଇ ତା' ପରେ ଲଗାଇବା ଉଚିତ ।

ମକା

ମୃତ୍ତିକାଜନିତ ଏବଂ ବିହନଜନିତ ରୋଗ ପାଇଁ ଟ୍ରାଇକୋଡରମା ହାରଜିଅନମ୍ ୪ ଗ୍ରାମ/ କେଜି କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି କିମ୍ବା ଭିଟାଭାକ୍ସ ପାୱାର ୩ ଗ୍ରାମ/ କେଜି ବିହନ ଆବଶ୍ୟକ I

ଆଖୁ

ମୂଳଶଢା ଝାଉଁଳା ରୋଗ ପାଇଁ କାର୍ବେଣ୍ଡାଜିମ୍ (୦.୧), ଟ୍ରାଇକୋଡରମା ଭିରିଡି ୪.୫ ଗ୍ରାମ୍/କେଜି, ମଞ୍ଜି । ଏହି ବିଶୋଧନ ପ୍ରକ୍ରିୟା ୧୨ ଘଣ୍ଟା ପୂର୍ବରୁ କରି ତା ପରେ ଜମିରେ ବିହନ ଲଗାଯାଇଥାଏ ।

ଚିନାବାଦାମ

କାଣ୍ଡ ଶତା, ମଞ୍ଜି ଶତା, ଗଜା ଶଢା ଓ ଅନ୍ୟାନ୍ୟ ମୃତ୍ତିକା ଏବଂ ବିହନଜନିତ ରୋଗ ପାଇଁ ୧୦୦୦ କେଜି ଜଡା କିମ୍ବା ନିମ୍ବ କେକ୍ /ହେକ୍ଟର ମୃତ୍ତିକାରେ ପ୍ରୟୋଗ । ବିହନ ବିଶୋଧନ ଟ୍ରାଇକୋଡରମା ଭିରିଡି ୪ ଗ୍ରାମ/ କେଜି କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି କିମ୍ବା ଭିଟାଭାକ୍ସ ପାୱାର ୩ ଗ୍ରାମ/ କେଜି ମଞ୍ଜି କ୍ଳୋରୋପାଇରିଫସ୍ / କ୍ଵିନାଲଫସ୍ ୨.୫ରୁ ୧୨ ମିଲି./କେଜି ବିହନ ଆବଶ୍ୟକ ।

ହରଡ଼,ମୁଗ, ବିରି

ମୃତ୍ତିକା ଏବଂ ବିହନଜନିତ ରୋଗ ପାଇଁ ଟ୍ରାଇକୋଡରମା ଭିରିଡି ୪ ଗ୍ରାମ/ କେଜି ମଞ୍ଜି କିମ୍ବା କାପଟାନ୍ ୩ ଗ୍ରାମ/ କେଜି ମଞ୍ଜି କିମ୍ବା କାରବେଣ୍ଡାଜିମ୍ ୨ ଗ୍ରାମ/ କେଜି କିମ୍ବା ଭିଟାଭାକ୍ସ ପାୱାର ୩ ଗ୍ରାମ/ କେଜି, ମଞ୍ଜି ଆବଶ୍ୟକ ହୁଏ ।

ବାଇଗଣ, ଲଙ୍କା

କୋଣାର୍କ ବାରରୋଗ, ସୁଡୋମେମୋନସ୍ ଜୀବାଣୁଜନିତ ରୋଗ, ମୃତ୍ତିକା ଏବଂ ଫିମ୍ପିଜନିତ ରୋଗ ପାଇଁ ଟ୍ରାଇକୋଡରମା ଭିରିଡି ୪ ଗ୍ରାମ/ କେଜି କିମ୍ବା କାରବେଣ୍ଡାଜିମ୍ ୧ ଗ୍ରାମ୍/୧୦୦ ଗ୍ରାମ୍ ବିହନ ଟ୍ରାଇକୋଡରମା ଭିରିଡି କିମ୍ବା ଟ୍ରାଇକୋଡରମା ହାରଜିଅନମ୍ ୨ ଗ୍ରାମ/ କେଜି ମଞ୍ଜି ଦରକାର ।

ସଂଗୃହିତ - ରାହୁଲ ଦେବ ବେହେରା,କାର୍ଯ୍ୟକ୍ରମ ସହଯୋଗୀ (ମୃତ୍ତିକା ବିଜ୍ଞାନ), କୃଷି ବିଜ୍ଞାନ କେନ୍ଦ୍ର, ମାଲକାନଗିରି

Post a Comment

0 Comments