Music

HISTORY OF ODIA SCRIPT (KALINGA LIPI) | କଳିଙ୍ଗ ଲିପି- ଓଡ଼ିଆ ଲିପିର ଇତିହାସ

Odia lipi-Kalinga Lipi-Odia script
Kalinga Lipi- କଳିଙ୍ଗ ଲିପିର ଇତିହାସ- ଭାଷାଗୋଷ୍ଠୀର ଅନ୍ତର୍ଭୁକ୍ତ ଆସାମୀ, ବଙ୍ଗଳା, ବିହାରୀ ଓ ଓଡ଼ିଆ ଏହି ଭାଷାଗୋଷ୍ଠୀର ପ୍ରଧାନ ଭାଷା ଭାଷାତତ୍ତ୍ବବିଦ୍‌ଙ୍କ ମତରେ ଆସାମୀ, ବଙ୍ଗଳା ଓ ଓଡ଼ିଆ ଗୋଟିଏ ପରିବାରର ତିନିଭଉଣୀ ମଧ୍ୟରେ ଓଡ଼ିଆ ହେଉଛି ବଡ଼ ଭଉଣୀ। ଖ୍ରୀ: ସପ୍ତମ ଓ ଅଷ୍ଟମ ଶତାବ୍ଦୀ ବେଳକୁ ଭାରତୀୟ ଆର୍ଯ୍ୟଭାଷାର 'କୁଟିଳଲିପି' ବ୍ୟବହୃତ ହୋଇ ସାରଥିଲା ଏବଂ ଭୌମକରମାନଙ୍କର ଗୌରବମୟ ରାଜସ୍ବ ଚାଲିଥିବାବେଳ ମହାଯାନ ବୌଦ୍ଧଧର୍ମର ବିଭିନ୍ନ ଶାଖାପ୍ରଶାଖା ଯଥା ସହଜଯାନ, ବଜ୍ରଯାନ ବା ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଧାନ ପୀଠ ପାଇଁ ଓଡ଼ିଶା ଦେଶବିଦେଶରେ ଗୌରବମୟ ଧାର୍ମିକ ପୀଠଭାବେ ପ୍ରତିଷ୍ଠା ଲାଭ କରି ସାରିଥିଲା। ଏହି ସମୟରେ (ଖ୍ରୀ: ୭୯୫)ରେ ଶୁଭାକର କେଶରୀ ଚୀନ ସମ୍ରାଟଙ୍କ ନିକଟକୁ 'ଚଣ୍ଡବ୍ୟୁହ' ନାମକ ଗ୍ରନ୍ଥ ଉପହାର ପଠାଇଥିଲେ। ଏହି ସମୟରେ ହିଁ ଓଡ଼ିଶାର ଅପଭ୍ରଂଶ ଭାଷାର ବିକାଶ ସାଧିତ ହୋଇଥିଲା। ବହୁ ସିଦ୍ଧାଚାର୍ଯ୍ୟ ସେମାନଙ୍କର ଅମୂଲ୍ୟ ସିଦ୍ଧଗୀତିକା ଜାତିକୁ ଦେବା ସହିତ ନେପାଳ, ତିବ୍ବତ ପ୍ରଭୃତି ଦେଶରେ ଓଡ଼ିଶା ଆନୀତ ତାନ୍ତ୍ରିକ ବୌଦ୍ଧଧର୍ମର ବିଭନ୍ନ ମତବାଦ ପ୍ରଚାର ଓ ପ୍ରସାର କରାଇ ଦେଶକୁ ଗୌବାନ୍ବିତ କରିଥିଲେ।
ଭାଷାବିଜ୍ଞାନୀ ମାନଙ୍କ ମତରେ ପାଳି ଭାଷାରୁ ହିଁ ଓଡ଼ିଆ ଭାଷାର ଜନ୍ମ । ହାତୀ ଗୁମ୍ଫାର ଶିଳାଲେଖ, ଯାହା ପାଳି ଭାଷାରେ ଲେଖା ଯାଇଅଛି ତାହା ଓଡ଼ିଆ ଲିପି ବିଷୟରେ ଅଧିକ ତଥ୍ୟ ଦେଇଥାଏ । ଓଡ଼ିଆ ବର୍ଣ୍ଣମାଳା ସମ୍ପର୍କରେ ବିଭିନ୍ନ ଭାଷାବିଦ୍‌ ବିଭିନ୍ନ ମତ ଦେଇଥାନ୍ତି। ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ଅପେକ୍ଷା ଓଡ଼ିଆ ଅକ୍ଷର ଲିପିବଦ୍ଧ କରିବା ବହୁତ କଠିନ ବୋଲି କେତେକ ଭାଷାବିତ୍ କହିଥାନ୍ତି । ଅଧିକାଂଶ ଅକ୍ଷର ମଧ୍ୟରେ ଏତେ ସାମାଞ୍ଜସ୍ୟ ରହିଛି ଯେ, ସେଗୁଡ଼ିକ ମଧ୍ୟରେ ପ୍ରଭେଦ କରିବା କଷ୍ଟକର। ଓଡ଼ିଆ ଅକ୍ଷର ଗୋଲାକାର ହେବାର କାରଣ ସମ୍ପର୍କରେ ସେ ସ୍ପଷ୍ଟ କରିଛନ୍ତି ଯେ ଉପକୂଳ ଅଞ୍ଚଳରେ ତାଳପତ୍ର ଅଧିକ ମିଳୁଥିବାରୁ ସେତେବେଳେ ସନନ୍ଦ ଓ ଅନ୍ୟାନ୍ୟ ଲେଖା ତାଳପତ୍ରରେ ଲେଖାଯାଉଥିଲା। ତାଳପତ୍ରର ସମାନ୍ତରାଳ ତନ୍ତୁଗୁଡ଼ିକ ଉପରେ ତ୍ରିକୋଣାକାର ବା ଦେବନାଗରୀ ଅକ୍ଷର ଲେଖିବା କଷ୍ଟସାଧ୍ୟ ହେତୁ ଓଡ଼ିଆ ଅକ୍ଷରର ଉପରିଭାଗ ଗୋଲାକାର ହୋଇଛି। ଗବେଷକ ମାନେ ଓଡ଼ିଆ ଓ ଥାଇ ଲିପି ଭିତରେ ଅନେକ ସମାନତା ପାଇଛନ୍ତି । 

ଓଡ଼ିଆ ଲିପି, ଉତ୍କଳ ଲିପି ଓଡ଼ିଆ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ତେବେ ଓଡ଼ିଆ ଲିପିରେ ଓଡ଼ିଆ ବର୍ଣ୍ଣମାଳା ହେଉଛି ମୁଖ୍ୟ ଅଙ୍ଗ। ଓଡ଼ିଆ ବର୍ଣ୍ଣମାଳା ବିଷୟରେ ଗବେଷଣା କରାଯାଇ ବହୁ ତଥ୍ୟ ଆଲୋଚନା କରାଯାଇଛି। ଓଡ଼ିଆ ବର୍ଣ୍ଣମାଳାକୁ ଦୁଇ ଭାଗରେ ବିଭକ୍ତ କରା ଯାଇଅଛି। ପ୍ରଥମ - ସ୍ଵରବର୍ଣ୍ଣ ଓ ଦ୍ଵିତୀୟ - ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣର ବିନା ସାହାଯ୍ୟରେ ଉଚ୍ଚାରିତ ବର୍ଣ୍ଣ ଯଥା - ଅ, ଆ, ଇ, ଈ, ଉ, ଊ, ଋ, ୠ, ଏ, ଐ, ଓ, ଔ, ଌ କୁ ସ୍ୱରବର୍ଣ୍ଣ କୁହାଯାଏ ତଥା ଯେଉଁ ଧ୍ୱନି ଉଚ୍ଚାରଣ କଲାବେଳେ ଶ୍ୱାସବାୟୁ ମୁଖଗହ୍ୱର ବା ପାଟିର କୌଣସି ସ୍ଥାନରେ ବାଧା ନ ପାଇ ଉଚ୍ଚାରିତ ହୁଏ, ତାହାକୁ ସ୍ୱରବର୍ଣ୍ଣ କହନ୍ତି । ସ୍ୱରବର୍ଣ୍ଣ  'ହ୍ରସ୍ୱ' ଓ 'ଦୀର୍ଘ', ଏହି ଦୁଇ ଶ୍ରେଣୀରେ ବିଭକ୍ତ। ଏହାଛଡ଼ା ବୈଦିକ ଉଚ୍ଚାରଣରେ ସ୍ୱରମାନଙ୍କ ‘ପ୍ଳୁତ’ ଉଚ୍ଚାରଣ ନିର୍ଦ୍ଦିଷ୍ଟ ଅଛି। ଯେଉଁ ବର୍ଣ୍ଣ ମାନଙ୍କୁ ଉଚ୍ଚାରଣ କରିବାକୁ ଏକମାତ୍ରା ସମୟ ଲାଗେ ସେମାନଙ୍କୁ ହ୍ରସ୍ୱସ୍ୱର କୁହାଯାଏ। ଅ, ଇ, ଉ, ଋ, ଏ, ଓ । ଯେଉଁ ବର୍ଣ୍ଣ ମାନଙ୍କୁ ଉଚ୍ଚାରଣ କରିବାକୁ ଦ୍ୱିମାତ୍ରା ସମୟ ଲାଗେ ସେମାନଙ୍କୁ ଦୀର୍ଘସ୍ୱର କୁହାଯାଏ। ଯେଉଁ ବର୍ଣ୍ଣମାନଙ୍କୁ ଉଚ୍ଚାରଣ କରିବାକୁ ତ୍ରିମାତ୍ରା ସମୟ ଲାଗେ ସେମାନଙ୍କୁ ପ୍ଳୁତସ୍ୱର କୁହାଯାଏ। ‘କ’ ଠାରୁ ‘ହ’ ପର୍ଯ୍ୟନ୍ତ ବର୍ଣ୍ଣକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ ତଥା ଯେଉଁ ଧ୍ୱନି ଉଚ୍ଚାରଣ କଲାବେଳେ ମୁଖଗହ୍ୱର ବା ପାଟିର କୌଣସି ନା କୌଣସି ସ୍ଥାନରେ ବାଧା ପାଇ ଉଚ୍ଚାରିତ ହୁଏ, ତାକୁ ବ୍ୟଞ୍ଜନବର୍ଣ୍ଣ କହନ୍ତି । ସ୍ୱର ବର୍ଣ୍ଣର ବିନା ସାହାଯ୍ୟରେ ଏହି ବର୍ଣ୍ଣମାନେ ଉଚ୍ଚାରିତ ହୋଇ ପାରନ୍ତି ନାହିଁ । ବ୍ୟଞ୍ଜନ ବର୍ଣ୍ଣ ତିନି ଭାଗରେ ବିଭକ୍ତ । ଯଥା-  ବର୍ଗ୍ୟ ବର୍ଣ୍ଣ ,  ଅବର୍ଗ୍ୟ ବର୍ଣ୍ଣ ଓ ଉଷ୍ଣବର୍ଣ୍ଣ। ଏକ ସ୍ଥାନରୁ ଉଚ୍ଚାରିତ ହେଉଥିବା ପ୍ରଥମ ପଚିଶିଟି ବର୍ଣ୍ଣକୁ ବର୍ଗ୍ୟ ବର୍ଣ୍ଣ କୁହଯାଏ । ଉଚ୍ଚାରଣରେ ଏହା ପାଞ୍ଚ ଶ୍ରେଣୀରେ ବିଭକ୍ତ, ଯଥା - 
  • ‘କ’ ବର୍ଗ:- କ, ଖ, ଗ, ଘ, ଙ । 
  • ‘ଚ’ ବର୍ଗ:- ଚ, ଛ, ଜ, ଝ,ଞ। 
  • ‘ଟ’ ବର୍ଗ:- ଟ, ଠ,ଡ,ଢ,ଣ । 
  • ‘ତ’ ବର୍ଗ:- ତ, ଥ,ଦ,ଧ,ନ । 
  • ‘ପ’ ବର୍ଗ:- ପ, ଫ, ବ, ଭ, ମ । 

ଚାରୋଟି ଅବର୍ଗ୍ୟ ବର୍ଣ୍ଣ ହେଉଛି, ଯଥା- ଯ, ର, ଳ, ବ। ଚାରୋଟି ଉଷ୍ଣବର୍ଣ୍ଣ ହେଉଛି, ଯଥା-  ହ, ଶ, ଷ, ସ । 

ଧଉଳି ଠାରୁ ମିଳିଥିବା ଅଶୋକଙ୍କ ଅନୁଶାସନ, ଜଉଗଡ଼ର ଶିଳାଲେଖ ଓ ଖାରବେଳଙ୍କ ଦ୍ଵାରା ଖୋଦାଯାଇଥିବା ଖଣ୍ଡଗିରିର ହାତିଗୁମ୍ଫାର ତଥା ଖାରବେଳଙ୍କ ଅନୁଶାସନରୁ ଓଡ଼ିଆ ଭାଷାର ମୂଳ ରୂପ ଓ ଆରମ୍ଭ ଉପରେ ଅନେକ କଥା ଜାଣିହୁଏ ତଥା ଓଡ଼ିଆ ଲିପିର ବହୁତ ପ୍ରମାଣ ମିଳେ ବୋଲି କୁହଯାଏ । କଳିଙ୍ଗ ବିଜୟ ସମୟରୁ ହିଁ ଓଡ଼ିଶାରେ ଆର୍ଯ୍ୟ ସଭ୍ୟତାର ପ୍ରବେଶ ସମୟ ବୋଲି କୁହାଯାଏ । ତାହା ପୂର୍ବରୁ ଓଡ଼ିଶା ଦ୍ରାବିଡ଼ ଓ ଅଷ୍ଟ୍ରୋଏସୀୟ ଜାତି ବା ମୁଣ୍ଡାରୀ ଗୋଷ୍ଠୀର 
Odia Script
ଲୋକଙ୍କ ଦ୍ବାରା ଅଧ୍ୟୁଷିତ ହୋଇଥିଲା । ପ୍ରଥମ ଅଶୋକଙ୍କ ଦୁଇଟି ଶିଳାଲେଖ ଯାହା ଧଉଳି ଓ ଜଉଗଡ଼ରୁ ଜଣାଯାଏ ଓଡ଼ିଶାର ପ୍ରଥମ ଲିଖିତ ଭାଷା ଓ ସାହିତ୍ୟର ଉନ୍ମେଷ। ଦ୍ବିତୀୟ ଐତିହାସିକ ଅଭିଲେଖ ହେଲା ମହାମେଘବାହନ ଐର ଖାରବେଳଙ୍କ ଖଣ୍ଡଗିରି ତଥା ହାତୀଗୁମ୍ଫା ଅଭିଲେଖ। ପୁରୁଷୋତ୍ତମ ଦେବଙ୍କ ରାଜତ୍ବ ସମୟର ତାମ୍ର ଫଳକରେ ଖୋଦିତ ଓଡ଼ିଆ ଲିପି ।ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ବ୍ରାହ୍ମୀଲିପିରେ ଖୋଦିତ ହୋଇଥିଲେ ହେଁ ପାଲି ଭାଷାର ଲକ୍ଷଣ ଦେଖାଯାଏ । ତେବେ ଖାରବେଳଙ୍କ ଅନୁଶାସନ ଓ ଅଶୋକଙ୍କ ଅନୁଶାସନ ଭାଷାର ଗଢଣ ଦୃଷ୍ଟିରୁ ପୁରାପୁରି ଅଲଗା । ଖାରବେଳଙ୍କ ଅନୁଶାସନ ଓଡ଼ିଆ ଲିପିରେ ତଥା ପାଳି ଭାଷାରେ ଲେଖାଯାଇଥିଲା ବେଳେ ଅଶୋକଙ୍କ ଅନୁଶାସନ ବ୍ରାହ୍ମୀ ଲିପିରେ ଲେଖାଯାଇଥିଲା । ଅତୀତର କଳିଙ୍ଗ ଲିପିର ଅବଶେଷ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ମଞ୍ଚପୁରୀ ଗୁମ୍ଫା ତଥା ଓଡ଼ିଶାର ବାକି ଅନେକ ସ୍ଥାନରୁ ମିଳିଥିବା ପଥର ଅଭିଲେଖରୁ ମିଳିଥାଏ। ଓଡ଼ିଆ ଲିପିର କ୍ରମ ପରିବର୍ତ୍ତନ ପଛରେ ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ବିକାଶର ଧାରା ରହିଛି। ଅନ୍ୟାନ୍ୟ ଭାଷାରେ ବ୍ୟବହୃତ ଲିପିର ପ୍ରଭାବ ମଧ୍ୟ ଓଡ଼ିଆ ଲିପିକୁ ପ୍ରଭାବିତ କରିଛି। ପ୍ରଥମେ ପ୍ରାଚୀନ ବ୍ରାହ୍ମୀଲିପି, ଗୁପ୍ତଲିପି, ମଧ୍ୟଯୁଗର କଳିଙ୍ଗ ଲିପି ଓ ପ୍ରତ୍ନ ଓଡ଼ିଆ ଲିପି ଆଦି।

କଳିଙ୍ଗ ଲିପି କଣ?
What Is Kalinga Script (In Odia)? 


କଳିଙ୍ଗ ଲିପି ପୁରାତନ ବ୍ରାହ୍ମୀ ଲିପିରୁ ଜନ୍ମ ନେଇଥିବା ଅନେକ ଲିପି ମଧ୍ୟରୁ ଗୋଟିଏ । ଏହା ଆଧୁନିକ ଓଡ଼ିଶାରେ ବ୍ୟବହାର କରାଯାଏ । କଳିଙ୍ଗ ଲିପି ଆଗକାଳରେ କଳିଙ୍ଗରେ ବୋଲାଯାଉଥିବା ପୁରାତନ ଓଡ଼ିଆ ଭାଷା ଲେଖିବାରେ ବ୍ୟବହାର କରଯାଉଥିଲା । ଏହା ବ୍ରାହ୍ମୀ ଲିପିରୁ ତିଆରି ହୋଇଛି ଓ ତାହା ପୁରାତନ ଲିପି ସହ ପାଖାପାଖି ସମାନ । ୧୧ଶ ଶତାବ୍ଦୀ ବେଳକୁ ଏହା ଆଉ ବ୍ୟବହାର କରାଯାଉନଥିଲା ଯେଉଁଥିରେ ଆଧୁନିକ ଓଡ଼ିଆ ଲିପି ତିଆରି ହୋଇ ବ୍ୟବହାରରେ ଲାଗିଲା ।
https://blog.odiabook.in/2023/06/history-of-odia-script-kalinga-lipi.html

Tag: Kalinga lipi, କଳିଙ୍ଗ ଲିପି, Odia lipi ra itihas, History of Odia script, Odia lipi, ଓଡ଼ିଆ ଲିପି

Post a Comment

0 Comments