Music

ଓଡିଶା ରେ ଗଣ୍ଡଭେରଣ୍ଡ | GANDABHERANDA OF ODISHA

Gandaberunda
ଜାତିପ୍ରାଣ ଆପନ୍ନା ପରିଛା ଙ୍କ କାରୁକାର୍ଯ୍ୟଯୁକ୍ତ ବାସଗୃହ ର ପ୍ରଥମ ଶକରପଟା, ପାରଳାଖେମୁଣ୍ଡି

Gandaberunda In Odia: ଗଣ୍ଡ ଭେରଣ୍ଡ ଶବ୍ଦ ଉତ୍କଳ ରେ କ୍ଵଚିତ ଶୁଣିବାକୁ ମିଳେ। ଓଡ଼ିଆ ରେ ଏହା ଗଣ୍ଡ ଭୈରବ ରୂପେ ଜଣା ଶୁଣା। କାରଣ ଏହି ଦିବ୍ୟ ଭୟଙ୍କରବିହଙ୍ଗ ଭୈରବ ଙ୍କୁ ପରାସ୍ତ କରିଥିଲେ। ଗଣ୍ଡ ଭେରଣ୍ଡ ଙ୍କ ବିଷୟ ରେ ଜାଣିବା ପୂର୍ବ ରୁ ଏହାର ଅର୍ଥ କଣ ଜାଣିବା। ଗଣ୍ଡକ ନାମକ ମୃଗ( ଅନ୍ୟ ମତେ ହସ୍ତୀ ) କୁ ଭେରଣ୍ଡ(ବିଲୁଆ ଭଳି ଭୟାନକ ରାବ) କରୁଥିବା ଏକ ବିକଟାଳ ଦ୍ଵିମସ୍ତକ ପକ୍ଷୀ ଉଦ୍ଧାର କରିଥିଲେ ।ସେ ଆଉ କିଏ ନୁହଁନ୍ତି , ପରମ ପୁରୁଷ ସୃଷ୍ଟି ଚାଳକ ବିଷ୍ଣୁ। ତେଣୁ ଗଣ୍ଡ ଭେରଣ୍ଡ ନା ଟି ପ୍ରସିଦ୍ଧି। ସାଧରଣ ରେ ଦେଖିବାକୁ ଗଲେ, ଦକ୍ଷିଣ ଭାରତୀୟ ମନ୍ଦିର ମାନଙ୍କ ରେ ଏହି ତେଜିୟାନ ଖଗ ର ମୂର୍ତ୍ତି ଦେଖିବାକୁ ମିଳେ। କିନ୍ତୁ ଉତ୍କଳୀୟ ସଂସ୍କୃତି ରେ ଭି ଗଣ୍ଡ ଭୈରବ ଙ୍କ ଉପସ୍ଥିତି କିଛି କମ ନୁହେଁ।

କିମ୍ବଦନ୍ତୀ ଅନୁସାରେ ମହାବିଷ୍ଣୁ ଙ୍କ ୨୪ ଅବତାର ମାନଙ୍କ ମଧ୍ୟରେ ଅନ୍ୟତମ ନରହରି ରୂପ ର ମାନସ ଅବତାର ରୂପେ ଗଣ୍ଡ ଭେରଣ୍ଡ ପରିଚିତ। ହୀରଣ୍ୟକଶ୍ୟପୁ ବିଦାରଣ ପରେ ବିଷ୍ଣୁ ଙ୍କ ଏହି ଉଗ୍ର ଅବତାର ଶାନ୍ତ ହୋଇପାରିଲେ ନାହିଁ।ଏହି ଉଗ୍ର ରୂପ କୁ ଖଣ୍ଡ କରିବା ନିମିତ୍ତ ଦେବତା ଗଣ ଶରଣ ପଶିଲେ ଦେବ ଦେବ ମହାଦେବ ଙ୍କ ପାଖରେ । ସେ ବୀରଭଦ୍ର ରୂପ ଧାରଣ କରି ନରସିଂହ ଙ୍କ ସହ ଯୁଦ୍ଧ କଲେ। ବୀରଭଦ୍ର ପରାସ୍ତ ହେଲେ ଏବଂ ପୁଣି ଶରଭ ରୂପ ନେଇ ଯୁଦ୍ଧ କଲେ। ଉଗ୍ର ନରସିଂହ ଏହି ସମୟ ରେ ଗଣ୍ଡ ଭେରୁଣ୍ଡ ରୂପ ନେଲେ ଓ ଶରଭ କୁ ପରାସ୍ତ କରି ନିଜ ରୂପ କୁ ଫେରିଲେ।

ପଢ଼ନ୍ତୁରକ୍ତ ତୀର୍ଥ ଇରମ- RAKTA TIRTHA ERAM IN ODIA

ଏହି ପକ୍ଷୀ ଙ୍କ ଦୁଇଗୋଟି ମସ୍ତକ , ଏକ ଶରୀର । ଅନେକ ସ୍ଥାନ ରେ ଚାରିଟି ଗୋଡ଼ ଦେଖିବାକୁ ମିଳିଲା ବେଳେ କେତେକ ସ୍ଥାନ ରେ ଏହା ଦ୍ଵିପଦ ବିଶିଷ୍ଟ। ଶୁଭ୍ର ବର୍ଣ୍ଣ ସହ ବିରାଟ ଡେଣା। ଗରୁଡ଼ ପୁରାଣ ରେ ଉଲ୍ଲେଖ ଅଛି ଯେ ଥରେ ଦାରୁକ ବନ ରେ କନ୍ଦର୍ପ ମୃଗ ଙ୍କୁ ଏକ ମାୟାନାଗ ରୂପୀ ରାକ୍ଷସ ଗ୍ରାସ କଲା। ଏହାଦେଖି ଦୁଇ ମତ୍ତ ଗଜ ନାଗ କୁ ନିଜ ଶୁଣ୍ଡ ରେ ଘୁରାଇଲେ। ଅସୁର ମାନେ ପୁଣି ସିଂହ ଶାର୍ଦୁଳ ହୋଇ ଆସି ହସ୍ତୀ ମାନଙ୍କ ଉପରେ ଆକ୍ରମଣ କଲେ। ଉକ୍ତ ସମୟ ରେ ହସ୍ତୀ ସ୍ୱୟଂ ଭଗବାନ ବିଷ୍ଣୁ ଙ୍କୁ ସୁମାରଣା କଲେ। ସେତିକି ବେଳେ ପ୍ରଭୁ ଗଣ୍ଡ (ମୃଗ /ହସ୍ତୀ) କୁ ଉଦ୍ଧାର କଲେ।

ଓଡ଼ିଆ ସାହିତ୍ୟ ସଂସ୍କୃତି କଳା ଓ ନୃତ୍ୟ ସବୁଥିରେ ଗଣ୍ଡ ଭେରଣ୍ଡ ଙ୍କ ଦର୍ଶନ ମିଳେ। ବିଶେଷ କରି ମନ୍ଦିର ଗାତ୍ର, ପଟ୍ଟଚିତ୍ର, ଗୁଡ଼ିଆ ପାଲି ଖେଳ ର ଚିହ୍ନ, ଏବଂ ଶକର ପଟା ରେ ଦେଖାଯାଏ। ଏବଂ ବିଶେଷ କରି ଦକ୍ଷିଣ ଓଡିଶା ରେ ଅଧିକ ଦେଖାଯାଏ। ଏତତ୍ ବ୍ୟତୀତ କବି ଉପେନ୍ଦ୍ର ଭଞ୍ଜ ନିଜ ବୈଦେହୀଶ ବିଳାସ ରେ ଏହାଙ୍କୁ ସ୍ଥାନ ଦେଇଛନ୍ତି।

ଭାରତ ର ବିଭିନ୍ନ ପ୍ରାନ୍ତ ରେ ଗଣ୍ଡ ଭୈରବ ଙ୍କୁ ନେଇଭିନ୍ନ ଭିନ୍ନ ଜନ ଶୃତି ଅଛି। କେହି କେହି ଏହାଙ୍କୁ ଗରୁଡ଼ ଙ୍କ ଅବତାର ରୂପେ ଅର୍ଚ୍ଚନା କରନ୍ତି।ତ କେହି କେହି ଏହା ସ୍ୱାମୀ ଭକ୍ଷୀ ପକ୍ଷୀ ବୋଲି କୁହନ୍ତି। ସେ ଯାହା ହେଉ ଓଡ଼ିଆ ଶବ୍ଦ କୋଷ ଓ ଅନେକ ଓଡ଼ିଆ ଅଭିଧାନ ଅନୁଯାୟୀ ଏହା ଏକ ଦେଶଜ ଶବ୍ଦ , ମାନେ ଖାଣ୍ଟି ଓଡ଼ିଆ। ଯାହାକୁ ଭୟଙ୍କର ପକ୍ଷୀ ରୂପେ ହିଁ ଗଣନା କରାଯାଇଛି।

ଗଣ୍ଡ ଭେରଣ୍ଡ , ଜୟପୁର ବଲ୍ଲବ ନାରାୟଣ ଦେଉଳ, କୋରାପୁଟ) ସୌଜନ୍ୟ:ଦେବାଶିଷ ଷଡଙ୍ଗୀ
କର୍ଣ୍ଣାଟକ, ତାମିଲ ନାଡୁ ଭଳି ଦକ୍ଷିଣ ରାଜ୍ୟ ରେ ଏହାକୁ ବିଷ୍ଣୁ ଙ୍କ ସଂହାର କାରୀ ଅବତାର ବୋଲି ଧରି ଥାଆନ୍ତି। ପୁଣି ମହୀଶୂର ରାଜ୍ୟ ର ଏହା ଥିଲା ପ୍ରତୀକ। ଦଶହରା ଓ ବିଜୟ ଉତ୍ସବ ରେ ଓଡିଶା ର ଚକ୍ର ନାରାୟଣ ସମ ଏକ ଦଣ୍ଡ ରେ ଶୋଭା ପାଇଥାଏ। ଯାହାକୁ ସେମାନେ ପୂଜା କରନ୍ତି।

ଦକ୍ଷିଣ ଓଡିଶା ର ସଂସ୍କୃତିକ ପ୍ରାଣକେନ୍ଦ୍ର ପାରଳା ରେ ଏକ ଶକରପଟା ରେ ସୁନ୍ଦର ଭାବେ ଗଣ୍ଡ ଭୈରବ ଙ୍କୁ ସ୍ଥାନ ଦିଆ ଯାଇଛି। ଯେଉଁଥିଲେ ଗଣ୍ଡଭେରୁଣ୍ଡ ଙ୍କ ଛାତ୍ରଛାୟା ରେ ହରିଣ ମାନେ ଆସ୍ୱସ୍ତି ଲାଭ କରୁଛନ୍ତି। ରାଜ୍ୟ ର ରାଜା ଏହା ଙ୍କୁ ଯୁଦ୍ଧ ପୂର୍ବରୁ ସୁମରଣା କରୁଛନ୍ତି। ଏହି ପଟା ବର୍ତ୍ତମାନ ଶ୍ରୀଯୁକ୍ତ ମୁରଲୀ ପରିଛା ଙ୍କ ବାସଭବନ ରେ ଅବସ୍ଥିତ। ଯାହା ଏକ ବିରଳ ଖୋଦେଇ କହିଲେ ଅତ୍ୟୁକ୍ତି ହେବନାହିଁ।

ଗଣ୍ଡ ଭେରଣ୍ଡ କାଷ୍ଠ ପ୍ରତିମା, ରାଧାଗୋବିନ୍ଦ ମଠ, ଶ୍ରୀ ମୁଖଲିଙ୍ଗ

Written by BISHNUMOHANADHIKARI

https://bishnuadhikari209660805.wordpress.com/

Keywords: Who killed Gandaberunda, Gandaberunda meaning in odia, Gandaberunda story, Gandaberunda temple, Sharabha vs Gandaberunda, Gandaberunda bird name in odia, Gandaberunda symbol, Gandaberunda Odisha

Post a Comment

0 Comments