Music

ପୃଥିବୀର ବାୟୁମଣ୍ଡଳ | EARTH ATMOSPHERE IN ODIA

Earth atmosphere

Atmosphere Of Earth In Odia

ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍‌ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବ ମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନ‌କୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।

ଶୁଷ୍କ ବାୟୁରେ ଏହାର ଆୟତନର ୭୮.୦୯% ଯବକ୍ଷାରଜାନ, ୨୦.୯୫% ଅମ୍ଳଜାନ, ୦.୯୩% ଆର୍ଗନ, ୦.୦୩୯% ଅଙ୍ଗାରକାମ୍ଳ ଓ ଅଳ୍ପ ପରିମାଣର ଅନ୍ୟାନ୍ୟ ଗ୍ୟାସ୍ ଥାଏ । ସମୁଦ୍ର ପତନରରେ ବାୟୁର ପରିବର୍ତ୍ତନଶୀଳ ଜଳୀୟ ବାଷ୍ପର ପରିମାଣ ୧% ଥାଏ ଓ ସମୁଦାୟ ବାୟୁମଣ୍ଡଳରେ ଏହାର ପରିମାଣ ୦.୪% ଥାଏ । ବାୟୁ ମଣ୍ଡଳର ବିଭିନ୍ନ ସ୍ତରରେ ବାୟୁର ସାମଗ୍ରୀ ଓ ଚାପରେ ଅନ୍ତର ଥାଏ ଓ ପାର୍ଥିବ ବୃକ୍ଷମାନଙ୍କ ଶ୍ୱାସକ୍ରିୟା ଓ ଆଲୋକ ସଂଶ୍ଳେଶଣ ନିମନ୍ତେ ଉପ‌ଯୁକ୍ତ ବାୟୁ କେବଳ ପୃଥିବୀର ଟ୍ରୋଫୋସ୍ଫିଅରରେ ମିଳେ ।

ଆହୁରି ପଢ଼ନ୍ତୁ: ପରିସଂସ୍ଥା କଣ? Ecosystem in Odia

ବାୟୁ ମଣ୍ଡଳର ବସ୍ତୁତ୍ୱ ପ୍ରାୟ ୫.୧୫ × 10୧୮ କେଜି, (5.15 × 10୧୮ kg) ଯାହାର ତିନି ଚତୁର୍ଥାଂଶ ଭୂପୃଷ୍ଠରୁ ପ୍ରାୟ ୧୧ କି:ମି:(୬.୮ମାଇଲ୍; ୩୬,୦୦୦')) ମଧ୍ୟରେ ଥାଏ । ଉଚ୍ଚତାର ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁ ମଣ୍ଡଳ ପତଳା ହୋଇଯାଏ, ବାୟୁ ମଣ୍ଡଳ ଓ ଅନ୍ତରୀକ୍ଷର ନିର୍ଦ୍ଦିଷ୍ଟ ସୀମାରେଖା ନ ଥାଏ । କାର୍ମାନ ରେଖା (Kármán line), ବା ପୃଥିବୀ ବ୍ୟସାର୍ଦ୍ଧର ୧.୫୭%କୁ ଏହି ସୀମା ରେଖା ରୂପେ ବ୍ୟବ‌ହାର କରାଯାଏ । ଉଡ଼ାଜାହାଜ ତଳକୁ ଖସିଲା ବେଳେ ବାୟୁ ମଣ୍ଡଳର ପ୍ରଭାବ ପ୍ରାୟ ୧୨୦କିମି ବା ୭୫ମାଇଲ୍‌ଠାରୁ ତଳକୁ ଜଣାଯାଏ । ଉତ୍ତାପ ଓ ଗଠନ ଅନୁସାରେ ବାୟୁ ମଣ୍ଡଳର ବିଭିନ୍ନ ସ୍ତର ଚିହ୍ନଟ ହୁଏ 

ପୃଥିବୀର ବାୟୁମଣ୍ଡଳ ଓ ପ୍ରକ୍ରିୟାଫ ଅନୁଶୀଳନ‌କୁ ବାୟୁ ମଣ୍ଡଳୀୟ ବିଜ୍ଞାନ ବା ଏରୋଲୋଜି କୁହାଯାଏ । ଲେଅନ ଟିସେରେନସ୍ (Léon Teisserenc de Bort) ଓ ରିଚାର୍ଡ଼ ଆସମାନ (Richard Assmann) ଏହାର ପ୍ରାକ୍ ପଥପ୍ରଦର୍ଶକ ଥିଲେ । 

ବାୟୁ ଉପାଦାନ

ବାୟୁ ତ‌ଥା ପୃଥିବୀର ବାୟୁ ମଣ୍ଡଳର ତିନୋଟି ମୂଖ୍ୟ ଉପାଦାନ ଥାଏ ଯଥା:- ଯବକ୍ଷାରଜାନ, ଅମ୍ଳଜାନ ଓ ଆର୍ଗନ୍ । ବାୟୁ ମଣ୍ଡଳର ସମୁଦାୟ ବସ୍ତୁତ୍ୱର ମୋଟାମୋଟି ୦.୨୫% ଜଳୀୟ ବାଷ୍ପ ଅଧିକାର କରିଥାଏ । ଜଳୀୟ ବାଷ୍ପର (ଏକ ଗ୍ରୀନ୍ ହାଉସ୍ ଗ୍ୟାସ୍) ସାନ୍ଦ୍ରତା ସର୍ବାଧିକ ଥଣ୍ଡା ସ୍ଥାନରେ ଆୟତନର ପ୍ରାୟ ୧୦ପିପିଏମ ଥାଏ ଓ ଉତ୍ତପ୍ତ ତ‌ଥା ଆର୍ଦ୍ର ବାୟୁରେ ଆୟତନର ୫% ଥାଏ; ଅନ୍ୟ ଗ୍ୟାସ୍‌ଗୁଡ଼ିକୁ ଶୁଷ୍କ ବାୟୁ ହିସାବରେ ଗ୍ରହଣ କରାଯାଏ । ଅନ୍ୟ ଗ୍ୟାସମାନଙ୍କୁ ନାମମାତ୍ର ଗ୍ୟାସ୍ (trace gas) ଭାବରେ ନିଆଯାଏ, ଯେଉଁଥିରେ ଗ୍ରୀନ ହାଉସ୍ ଗ୍ୟାସ୍ ଯଥା ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ ଓ ଓଜୋନ ଥାଏ । ଫିଲ୍‌ଟର ହୋଇଥିବା ଗ୍ୟାସ୍‌ରେ ନାମମାତ୍ର ରାସାୟନିକ ଦ୍ରବ୍ୟ ଥାଏ । ଅନେକ ସ୍ଥାନୀୟ ତ‌ଥା ଋତୁ ଅନୁଯାୟୀ ପରିବର୍ତ୍ତିତ ପରିମାଣର ପଦାର୍ଥ ଏରୋସୋଲ୍‌ ଆକାରରେ ପ୍ରାକୃତିକ ବାୟୁରେ ଥାଏ ଯେପରିକି ଖଣିଜ ଜୈବିକ ପଦାର୍ଥର ଧୂଳି, ପରାଗ, ସ୍ପୋର/ ବୀଜାଣୁ, ସାମୁଦ୍ରିକ ସ୍ପ୍ରେ ଓ ଆଗ୍ନେୟ ଗିରି ପାଉଁଶ । ବିଭିନ୍ନ ପ୍ରଦୂଷଣକାରୀ ପଦାର୍ଥ ଯେପରିକି କ୍ଲୋରିନ, ଫ୍ଲୋରିନ୍ ଯୌଗିକ ପଦାର୍ଥ ଓ ମୌଳିକ ପାରଦ ବାଷ୍ପ ମଧ୍ୟ ବାୟୁରେ ଥାଏ । ହାଇଡ୍ରୋଜେନ ସଲ୍‌ଫାଇଡ ଓ ସଲ୍‌ଫର୍ ଡାଇଅକ୍ସାଇଡ/(SO2) ମଧ୍ୟ ପକୃତିରୁ ତ‌ଥା କଳ କାରଖାନାରୁ ଉତ୍ପନ୍ନା ହୋଇ ବାୟୁ ପ୍ରଦୂଷଣ କରେ ।

ଶୁଷ୍କ ବାୟୁରେ ଆୟତନ ଅନୁଯାୟୀ ଉପାଦାନ
ଗ୍ୟାସ୍ଆୟତନ(A)
ନାମଫର୍ମୁଲାପିପିଏମ‌ଭି(B)%
ଯବକ୍ଷାରଜାନN2୭୮୦,୮୪୦୭୮.୦୮୪
ଅମ୍ଳଜାନO2୨୦୯,୪୬୦୨୦.୯୪୬
ଆର୍ଗନ୍Ar୯,୩୪୦୦.୯୩୪୦
ଅଙ୍ଗାରକାମ୍ଳCO2୩୯୭୦.୦୩୯୭
ନିଅନ୍Ne୧୮.୧୮୦.୦୦୧୮୧୮
ହିଲିଅମ୍He୫.୨୪୦.୦୦୦୫୨୪
ମିଥେନ୍CH4୧.୭୯୦.୦୦୦୧୭୯
ଶୁଷ୍କ ବାୟୁମଣ୍ଡଳରେ ଅଣଲିଖିତ :
ଜଳୀୟ ବାଷ୍ପ(C)H2O୧୦–୫୦,୦୦୦(D)୦.୦୦୧%–୫%(D)
Notes
 (A) ଆୟତନ ଅଂଶ ସମାନ ମୋଲ୍ ଭଗ୍ନାଂଶ କେବଳ ଆଦର୍ଶ ଗ୍ୟାସ୍ ନିମନ୍ତେ,

ଅଧିକ ଦେଖନ୍ତୁ ଆୟତନ ଥର୍ମୋଡାଇନାମିକ୍ସ (thermodynamics)
 (B) ପିପିଏମ‌ଭି: ନିୟୁତ ଭାଗରୁ ଭାଗ ପରିମାଣ ଆୟତନର
 (C) ଜଳୀୟ ବାଷ୍ପ ୦.୨୫% /ମାସ୍‌ ସମ୍ପୁର୍ଣ୍ଣ ବାୟୁମଣ୍ଡଳର
 (D) ଜଳୀୟ ବାଷ୍ପର ସ୍ଥାନୀୟ ପରିବର୍ତ୍ତନ

ବାୟୁମଣ୍ଡଳର ଗଠନ

ମୂଖ୍ୟ ସ୍ତର ସମୂହ
ସାଧାରଣତଃ ବାୟୁମଣ୍ଡଳରେ ଉଚ୍ଚତା ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁ ଚାପ ଓ ସାନ୍ଦ୍ରତା କମିବାକୁ ଲାଗେ । ଅନ୍ୟ ପକ୍ଷରେ ଉଚ୍ଚତା ଅନୁସାରେ ଉତ୍ତାପର ଏକ ଜଟିଳ ରୂପରେଖ ଦେଖାଯାଏ, ଏହା ପ୍ରାୟ ସମାନ ରହିପାରେ ବା ଉଚ୍ଚତା ବୃଦ୍ଧି ଅନୁସାରେ ଉତ୍ତାପ ମଧ୍ୟ କେତେକ ସ୍ଥଳରେ ବଢ଼ିପାରେ । ଉଚ୍ଚତା ଅନୁସାରେ ଉତ୍ତାପର ଏକ ଢାଞ୍ଚା ଦେଖାଯାଏ ଯାହା ବେଲୁନ ସାଉଣ୍ଡିଙ୍ଗଦ୍ୱାରା ମ‌ପାଯାଇପାରେ ଓ ଏହି ତାରତମ୍ୟ ଅନୁସାରେ ବାୟୁମଣ୍ଡଳୀୟ ସ୍ତର ଚିହ୍ନଟ କରାଯାଇପାରେ । ଏହି ପ୍ରଥା ଅନୁସାରେ ପୃଥିବୀର ବାୟୁମଣ୍ଡଳକୁ ୫ଟି ସ୍ତରରେ ବିଭକ୍ତ କରାଯାଇପାରେ ଯଥା:- ଏକ୍ସୋସ୍‌ଫିଅର, ଟ୍ରୋପୋସ୍‌ଫିଅର, ସ୍ଟ୍ରାଟୋସ୍‌ଫିଅର, ମେସୋସ‌୍‌ଫିଅର ଓ ଥର୍ମୋସ୍‌ଫିଅର । ଉର୍ଦ୍ଧ୍ୱରୁ ନିମ୍ନ ପର୍ଯ୍ୟନ୍ତ ୫ ସ୍ତରର ନାମ ଓ ପରିବ୍ୟାପ୍ତି:
  • ଏକ୍ସୋସ୍‌ଫିଅର: ୭୦୦ରୁ ୧୦,୦୦୦ କିମି (୪୪୦ରୁ ୬,୨୦୦ ମାଇଲ)
  • ଥର୍ମୋସ୍‌ଫିଅର : ୮୦ରୁ ୭୦୦ କିମି (୫୦ରୁ ୪୪୦ ମାଇଲ୍)
  • ମେସୋସ‌୍‌ଫିଅର : ୫୦ରୁ ୮୦ କିମି (୩୧ରୁ ୫୦ମାଇଲ)
  • ସ୍ଟ୍ରାଟୋସ୍‌ଫିଅର: ୧୨ରୁ ୫୦ କିମି (୭ରୁ ୩୧ ମାଇଲ୍)
  • ଟ୍ରୋପୋସ୍‌ଫିଅର: ୦ରୁ ୧୨ କିମି (୦ରୁ ୭ ମାଇଲ୍)
Keywords: Atmosphere of Earth In Odia, Earth atmosphere layers in odia, ପୃଥିବୀର ବାୟୁମଣ୍ଡଳ, Earth atmosphere

Post a Comment

0 Comments