କ୍ରାଇଂ କ୍ଲବ୍‌ - Crying club in Odia

@Archivist
0

ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ଲାଗି ହେଲଥ୍‌ କ୍ଲବ୍‌ ଖୋଲାଯାଉଥିବାର ଶୁଣିଛେ। କିନ୍ତୁ ଖାସ୍‌ କଥା ହେଲା ସୁରଟରେ ରହିଛି ‘ହେଲ୍‌ଦି କ୍ରାଇଂ କ୍ଲବ୍‌’। ୨୦୧୭ରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହା ସେଠାରେ ଖୁବ୍‌ ଲୋକପ୍ରିୟ ହୋଇପାରିଛି। ଏହାର ସଦସ୍ୟଙ୍କ ମଧ୍ୟରେ ଗୃହିଣୀ, ଡାକ୍ତର, ଇଞ୍ଜିନିୟର, ଓକିଲ ଓ ସମାଜର ସବୁବର୍ଗର ଲୋକ ସାମିଲ ଅଛନ୍ତି। 

କ୍ରାଇଂ କ୍ଲବ୍‌ର ପ୍ରତିଷ୍ଠାତା କମଲେଶ ମସାଲାୱାଲା କହିଛନ୍ତି, କାନ୍ଦିବା ସ୍ବାସ୍ଥ୍ୟ ପାଇଁ ହିତକାରକ। ଏହାଦ୍ବାରା ମାନସିକ ଚାପ କମିଥାଏ। କାରଣ ଲୋକମାନଙ୍କର ବୟସ ବୃଦ୍ଧି ହେବା ସହିତ ଦାୟିତ୍ବ ବଢ଼ିଥାଏ। ଏଭଳି କ୍ଷେତ୍ରରେ ପରିସ୍ଥିତିର ଚାପରେ ସେମାନେ ନିଜ ଭିତରର ସମ୍ବେଦନଶୀଳ ଦିଗଗୁଡ଼ିକୁ ଲୁଚାଇଥାଆନ୍ତି। ଧୀରେ ଧୀରେ ମାନସିକ ଅବସାଦଗ୍ରସ୍ତ ହୋଇପଡ଼ିଥାନ୍ତି। ଲୋକଙ୍କୁ ଏଭଳି ସମସ୍ୟାରୁ ରକ୍ଷା କରିବା ‘କ୍ରାଇଂ କ୍ଲବ୍‌’ ପ୍ରତିଷ୍ଠା ପଛର ଉଦ୍ଦେଶ୍ୟ ରହିଛି। ଏଠାରେ ଲୋକମାନେ ମନଖୋଲି କାନ୍ଦି ପାରିବେ।

Tags

Post a Comment

0Comments

Post a Comment (0)