କଦଳୀ ପତ୍ରରେ ଖାଇବା ଦ୍ୱାରା ମିଳିଥାଏ ଅନେକ ଲାଭ - Benefits of eating in banana leaf in Odia

@Archivist
0


Benefits of eating in banana leaf in Odiaସାଧାରଣତଃ କଦଳୀ ଗଛକୁ ଶୁଭର ପ୍ରତୀକ ବୋଲି କୁହାଯାଏ। ପ୍ରାୟତଃ ପୂଜା ପର୍ବ କିମ୍ବା ଭୋଜି ଆଦିରେ ଆମେ କଦଳୀ ପତ୍ରରେ ଖାଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, କଦଳୀ ପତ୍ରରେ ଖାଇବା ଦ୍ୱାରା ମିଳୁଥିବା ଲାଭ ବିଷୟରେ? କଦଳୀ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ –

– ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।

– ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।
– ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।

– କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ। ତେଣୁ ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ।

– ଏଥିରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।

Tags

Post a Comment

0Comments

Post a Comment (0)