ଏମିତି କିଛି ଅଜବ ଗଜବ ପ୍ରଶ୍ନ-ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ - Amazing Riddle Of Odia

@Archivist
0


 ଆଜିର ଏହି ସମାଜରେ ବହୁତ ଉନ୍ନତି ଦେଖାଗଲାଣି ଚାରିଆଡେ ଉନ୍ନତିର ମାର୍ଗ ଖୋଲିଲାଣି ଲୋକମାନେ ଏବେ ବେକାର ହୋଇ ବୁଲୁନାହାନ୍ତି । ତେବେ ଏବେକା ସମୟରେ ଶିକ୍ଷାର ମଧ୍ୟ ବହୁତ ପ୍ରଚାର ଏବଂ ପ୍ରସାର ହେଲାଣି ଳିକ୍ଷା ଗ୍ରହଣ କରି ଲୋକମାନେ ଆକାଶ ପହଞ୍ଚିଲେଣି ଯାହାର ମୂଳରେ ରହିଛି ଶିକ୍ଷା । ମାତ୍ର ଆଗ କାଳରେ ଶିକ୍ଷା କଣ ତାହା କେହି ଜାଣିନଥିଲେ । ତେବେ ଜାଣିଥିଲେ ଯେଉଁମାନେ ଗୁରୁକୁଳରେ ଶିକ୍ଷା ଲାଭ କରିଥିଲେ ମାତ୍ର ସେହି ସମୟରେ ସମସ୍ତେ ଶିକ୍ଷା ଲାଭ କରୁନଥିଲେ । ମାତ୍ର ଏବେକା ସମୟରେ ପିଲା ମାନେ କିପରି ଶିକ୍ଷା ଲାଭ କରିବେ ପୁଅ ମାନଙ୍କ ଠାରୁ ଆରମ୍ଭ କରି ଝିଅ ମାନେ କିପରି ଶିକ୍ଷାରେ ଅଗ୍ରଗତି କରିବେ ସେ ନେଇ ଅଧିକ ଧ୍ୟାନ ପ୍ରଦାନ କରାଯାଉଛି ।

ସସମୟରେ ଝିଅ ମାନଙ୍କୁ ପାଠ ପଡିବା ପାଇଁ ଦିଆଯାଉନଥିଲା ମାତ୍ର ଏବେ ସମୟରେ ସମସ୍ତେ ସମାନ ସମସ୍ତେ ପାଠ ପଢିବେ । ତେବେ ଏହି ଶିକ୍ଷା ଯୋଗୁଁ ଆମେ ମାନେ ବହୁତ କଥା ଜାଣିଲୁ ବୁଝିଲୁ । କେତେବେଳେ କଣ ଦରକାର ତାହା ସମ୍ବଦ୍ଧରେ ଆମର ଜ୍ଞାନ ହେଲା । କେଉଁଟା ଠିକ କେଉଁଟା ଭୁଲ ତା ବିଷୟରେ ମଧ୍ୟ ଜାଣିଲୁ ।

ତଥାପି ଆଜିର ଯୁଗରେ ଶିକ୍ଷା ସଂପୂର୍ଣ୍ଣ ହୋଇନାହିଁ କି କେବେବି ହେବ ନାହିଁ । କାରଣ ଶିକ୍ଷାର ସମାପ୍ତ ନାହିଁ । ତେବେ ସମସ୍ତ କଥା କହିବାର ମାନେ ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ , ତେବେ ଆପଣ ମାନେ ତ ପାଠ ପଡିଥିବେ ତେବେ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଆପଣ ମାନଙ୍କୁ ଜଣାଥିବ । ତେବେ ସେହିପରି କିଛି ପ୍ରଶ୍ନ ବିଷୟରେ ଆମେ ଆପଣ ମାନଙ୍କୁ କହିବୁ ଯଦି ଆପଣ ମାନେ ତାହା ଜାଣିଥିବେ ତେବେ ବହୁତ ଭଲ କଥା ଯଦି ନଜାଣିଥିବେ ତେବେ ଏବେ ତାହା ଆପଣ ମାନେ ଜାଣିନେବେ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି ପ୍ରଶ୍ନ ଗୁଡିକ ।

1–ଆପଣଙ୍କ ଶରୀର ବାହାରୁଥିବା କେଉଁ ଶବ୍ଦ ଯାହା ଆପଣ ମାନଙ୍କୁ ଛାଡି ଆନ୍ୟ ମାନଙ୍କୁ ହଇରାଣ କରିଥାଏ

ଉତ୍ତର–ଘୁଙ୍ଗୁଡି
2–ତାହା ଏମିତି କେଉଁ ଜିନିଷ ଯାହା ଗୋଟିଏ ଶବ୍ଦ କହିଲେ ଅଲଗା ହୋଇଯାଏ
ଉତ୍ତର–ଓଠ
3–ସେଇଟା କଣ ଯାହାକୁ ଆପଣ ମାନେ ପାଣିରେ ବୁଡେଇ ପାରିବେନି କି ନିଆଁରେ ଜଳେଇ ପାରିବେନି
ଉତ୍ତର–ବରଫ
4–ସେଇଟା କଣ ଯାହାର କାନ ମୋଡିଲେ ପାଣି ଦିଏ କିନ୍ତୁ କିଛି ନିଏ ନାହିଁ
ଉତ୍ତର–ନଳ
5–ତାହା କଣ ୟାହାକୁ ଅନ୍ଧ ଲୋକ ଆଖି ଥିଲା ବାଲା ଲୋକଙ୍କଠୁ ଅଧିକ ଭଲ ଭାବରେ ପଢିପାରିବ
ଉତ୍ତର–ବ୍ରେଲଲିପି
6–ତାହା କଣ ଯାହା ଆପଣଙ୍କ ଅଧିନରେ ଅଛି କିନ୍ତୁ ଆପଣ ତାହାକୁ ଛୁଇଁପାରିବେନି କି ଦେଖି ପାରିବେନି
ଉତ୍ତର–ଶବ୍ଦ
7–ପାଞ୍ଚ ଶବ୍ଦର ମୋହରି ନାମ ଓଲଟା ସିଧା ସବୁ ସମାନ
ଉତ୍ତର–ନବଜୀବନ
8–ସ୍ତ୍ରୀ ଲୋକଙ୍କର କେଉଁ ଜିନିଷ ତାର ସ୍ୱାମୀ କେବେବି ଦେଖି ପାରିବେ ନାହିଁ ମାତ୍ର ଅନ୍ୟ ଲୋକମାନେ ଦେଖିପାରିବେ

ଉତ୍ତର-ବିଧବା ବେଶ
9–ତାହା କଣ ଯାହାକି ଯେତେ ବଢିଲେ ସେତେ କମିଯାଏ
ଉତ୍ତର–ବୟସ
10–ତାହା କଣ ଯାହା ଆମ ପାଖରେ ଥାଏ ଆମେ ତାକୁ ଦେଖିପାରୁ କିନ୍ତୁ ଧରିପାରେନି
ଉତ୍ତର–ପ୍ରତିଛବି

##ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Tags

Post a Comment

0Comments

Post a Comment (0)